Indus Valley Times

ସକ୍ରିୟ ମୌସୁମୀ ୫ ଦିନ ପ୍ରବଳ ବର୍ଷା

 Breaking News

ସକ୍ରିୟ ମୌସୁମୀ ୫ ଦିନ ପ୍ରବଳ ବର୍ଷା

ସକ୍ରିୟ ମୌସୁମୀ ୫ ଦିନ ପ୍ରବଳ ବର୍ଷା
July 24
08:43 2024

ଭୁବନେଶ୍ୱର, ୨୪/୭: ସାରା ରାଜ୍ୟରେ ଏବେ ବର୍ଷା ଲାଗିରହିଛି। ଉତ୍ତରଠୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ସବୁଠି ଲଗାଣ ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ମଙ୍ଗଳବାର ଅନୁଗୋଳରେ ସର୍ବାଧିକ ୫୭ ମି.ମି. ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୪୬, ନୂଆପଡ଼ା ୩୦, ପାରାଦୀପ ୨୯, ତାଳଚେର ୧୮, ଢେଙ୍କାନାଳ ୧୫.୨, ପୁରୀ ୧୫.୬, ଖୋର୍ଦ୍ଧା ୧୩, ଭୁବନେଶ୍ୱର ୧୨.୯, କୋରାପୁଟ ୧୦.୮ ଓ ଟିଟିଲାଗଡ଼ରେ ୧୧ ମିମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ଆସନ୍ତା ତିନିଦିନ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେ.ମି.) ହେବ।
ସେହିଭଳି ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୋଳ, ଦେବଗଡ଼ ଓ ଯାଜପୁରରେ ପ୍ରବଳ ବର୍ଷା (୭ ରୁ ୧୧ ସେ.ମି.) ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଗୁରୁବାର ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930