Indus Valley Times

ସମ୍ପ ନିର୍ମାଣ ଅନ୍ୟତ୍ର କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ପରେ ଆକ୍ରମଣର ଶିକାର ହେଲେ ଅଭିଯୋଗକାରୀ

 Breaking News

ସମ୍ପ ନିର୍ମାଣ ଅନ୍ୟତ୍ର କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ପରେ ଆକ୍ରମଣର ଶିକାର ହେଲେ ଅଭିଯୋଗକାରୀ

ସମ୍ପ ନିର୍ମାଣ ଅନ୍ୟତ୍ର କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ପରେ ଆକ୍ରମଣର ଶିକାର ହେଲେ ଅଭିଯୋଗକାରୀ
March 27
19:39 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା , ୨୭/୩ : ଖୋରଧା ଆଦର୍ଶ ଥାନା ଅଧୀନସ୍ଥ ପୁବୁସାହି ଗ୍ରାମର କପିଳେଶ୍ୱର ମୌଜାରେ ଥିବା ଶନି ମନ୍ଦିର ନିକଟରୁ ଆବର୍ଜ୍ଜନା ପାଣି ନିଷ୍କାସନ ନିମନ୍ତେ ସର୍ଵସମ୍ମତିକ୍ରମେ ଗ୍ରାମବାସୀ ମାନେ ସ୍ଥିର କରିଥିବା ଏକ ସ୍ଥାନରେ ସମ୍ପ ନିର୍ମାଣ କରିବା ନିମନ୍ତେ ସ୍ଥାନ ନିରୁପଣ କରିଥିବା ବେଳେ, ସେହି ଘଟଣାକୁ ନେଇ ପୁବୁସାହି ଗ୍ରାମରେ ଏକ ଅଶାନ୍ତି ବାତାବରଣ ସୃଷ୍ଟି କରୁଥିବା ସେହି ଗ୍ରାମର ଜଣେ ପ୍ରତିଷ୍ଠିତ ଖବରଦାତା ବୋଲାଉଥିବା ଏବଂ ଖୋରଧା ଜିଲ୍ଲା ପ୍ରଶାସନକୁ ନିଜ ପକେଟରେ ରଖିଛି ବୋଲି କହୁଥିବା ବ୍ୟକ୍ତି କିଛି ଲୋକଙ୍କୁ ପ୍ରବର୍ତ୍ତାଇ ଗତକାଲି ଜୋର ଜବରଦସ୍ତ ଭାବରେ ଏକ ଜେସିବି ମେସିନ ସାହାଯ୍ୟରେ ଡ୍ରେନ ଖୋଳୁଥିବା ବେଳେ ଗ୍ରାମର ଦିଲ୍ଲୀପ ବେହେରା ଏହାକୁ ବିରୋଧ କରିଥିଲେ । ଏ ନେଇ ପୁର୍ବରୁ ଦିଲ୍ଲିପ ଅଳିଆ ଆବର୍ଜନା ପାଣି ନିଷ୍କାସନ ନିମନ୍ତେ ତାଙ୍କ ବାରିପଟେ ଡ୍ରେନ ନ ଖୋଳିବାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଡ୍ରେନ ଖୋଳା କାର୍ଯ୍ୟ ବନ୍ଦ କରଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କୁ ନମାନି ସେହି ଆତ୍ମଘୋଷିତ ପ୍ରତିଷ୍ଠିତ ଖବରଦାତାଙ୍କ ପ୍ରରୋଚନାରେ ସେହି ଗ୍ରାମର ଦଣ୍ଡପାଣି ସାହୁ, କୈଳାସ ପ୍ରଧାନ, ସଞ୍ଜୟ ସାହୁ , ସତ୍ୟ ନାରାୟଣ ଦାଶ ପ୍ରମୁଖ ଏକ ଜେସିବି ମେସିନ ଦ୍ବାରା ଡ୍ରେନ ଖୋଳୁଥିଲେ ଯାହାକୁ ଦିଲ୍ଲୀପ ବିରୋଧ କରିବା ପରେ ସେମାନେ ସମସ୍ତେ ଏକତ୍ରୀତ ହୋଇ ସଂଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ର ଦ୍ବାରା ଦିଲ୍ଲୀପ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।
ଏ ନେଇ ସଂମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ସେ ଖୋରଧା ଆଦର୍ଶ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି, ଯାହା ପୁଲିସର ତଦନ୍ତ ପରିସରଭୁକ୍ତ ରହିଛି ।
ସେହି ଗ୍ରାମର ଆତ୍ମଘୋଷିତ ନିଜକୁ ପ୍ରତିଷ୍ଠିତ ଖବରଦାତା ବୋଲାଉ ଥିବା ବ୍ୟକ୍ତିଙ୍କର ପୂର୍ବ ଇତିହାସ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣିଛନ୍ତି ।
ନିଜର କାର‌୍ୟ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସେହି ବ୍ୟକ୍ତି ପୁର୍ବରୁ ନିଶା ସେବନ କରି ଖୋରଧା ସହରରେ ବୁଲି ବୁଲି ଜରି ଗୋଟାଉଥିବା ବେଳେ ପରବର୍ତ୍ତୀ ସମୟରେ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।
ନିକଟରେ ଖୋରଧା ଉଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଅଶାଳୀନ ମନ୍ତବ୍ୟ ଦେବା ପରେ ତାଙ୍କ ନାମରେ ସଂମ୍ପୃକ୍ତ ମହିଳା କର୍ମଚାରୀ ଏକ ଲିଖିତ ଅଭିଯୋଗ ଖୋରଧା ଆଦର୍ଶ ଥାନାରେ କରିବା ପରେ ପୁଲିସ ଏକ ମକଦ୍ଦମା ରୁଜୁ କରିଥିଲା ।
ଠିକ ସେହିପରି ଭାବରେ ଖୋରଧା ଉପ ଜିଲ୍ଲାପାଳ, ତହସିଲଦାରଙ୍କ ବିରୁଦ୍ଧରେ ଘଟଣାର କୌଣସି ସତ୍ୟତା ନଥାଇ ସାମାଜିକ ଗଣମାଧ୍ୟମରେ ବକ୍ତବ୍ୟ ଦେବା ଏବଂ କିଛି ଲୋକଙ୍କୁ ଆଣି ଖୋରଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପ୍ରଭୃତି କାର୍ଯ୍ୟରେ ଲିପ୍ତ ରହି ନିଜକୁ ଜଣେ ପ୍ରଭାବଶାଳୀ ସାମ୍ବାଦିକ ବୋଲି କହି ବୋଲାଉଥିବା ସେହି ବ୍ୟକ୍ତି ଙ୍କ ବିରୁଦ୍ଧରେ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଇବା ରେ ଲାଗିଛି ।
ଏହାକୁ ପ୍ରଶାସନ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31