Indus Valley Times

ସମ୍ବଲପୁର ହିଂସା ଘଟଣା, ଆଜି ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ

 Breaking News

ସମ୍ବଲପୁର ହିଂସା ଘଟଣା, ଆଜି ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ

ସମ୍ବଲପୁର ହିଂସା ଘଟଣା, ଆଜି ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ
April 19
10:13 2023

ସମ୍ବଲପୁର,୧୯/୪ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ଆଜି ସକାଳୁ ସକାଳୁ ଏହି ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି।
ବଲାଙ୍ଗିରରେ ବଜରଙ୍ଗ ଦଳର ସଦସ୍ୟ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ସେହିପରି ଭବାନୀପାଟଣାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ
ମିଳିଛି। ସେହିପରି ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରାକୁ ସମର୍ଥ କରି ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା
ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ।
ସମ୍ବଲପୁର ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭିଏଚ୍ପି। ବିଜେପି ଓ ବଜରଙ୍ଗ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930