Indus Valley Times

ସମ୍ବଲପୁରୀ ଦିନ୍ ପାଳନ ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ହାତବୁଣା ବସ୍ତ୍ର ପରିଧାନ

 Breaking News

ସମ୍ବଲପୁରୀ ଦିନ୍ ପାଳନ ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ହାତବୁଣା ବସ୍ତ୍ର ପରିଧାନ

August 02
22:43 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୮ : ସମ୍ବଲପୁରୀ ଦିନ୍ ପାଳନ ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଥିଲା, ଯାହା ଖୁବ୍ ଚମତ୍କାର ଓ ପ୍ରେରଣାଦାୟକ ଥିଲା।
ହସ୍ତତନ୍ତ ଶିଳ୍ପର ସଂରକ୍ଷଣ, ପ୍ରସାର ଏବଂ ସ୍ଥାନୀୟ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ପ୍ରେରଣାରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ହାତବୁଣା ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ବେଶଭୂଷାରେ ସଜ୍ଜିତ ହୋଇ କାର୍ଯ୍ୟାଳୟର ଶୋଭା ବର୍ଦ୍ଧନ କରିଥିଲେ।
ସମ୍ବଲପୁରୀ ପରମ୍ପରା ଓ ଐତିହ୍ୟର ଝଲକ ସମଗ୍ର ପରିବେଶକୁ ଉତ୍ସବମୁଖର କରିଦେଇଥିଲା।
ପରବର୍ତ୍ତୀ ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସାମୂହିକ ଫଟୋ ସେସନ୍ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ନାୟକ ସମ୍ବଲପୁରୀ ହାତବୁଣା ବସ୍ତ୍ରର ବ୍ୟବହାରକୁ ଦୈନନ୍ଦିନ ଜୀବନରେ ଅଧିକ ପ୍ରାଧାନ୍ୟ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
ସେ କହିଥିଲେ ଯେ, ସ୍ଥାନୀୟ ହସ୍ତତନ୍ତ ଉତ୍ପାଦର ବ୍ୟବହାର ବୃଦ୍ଧି ପାଇଲେ ବୁଣାକାର ସମ୍ପ୍ରଦାୟ ଆର୍ଥିକ ଭାବେ ସଶକ୍ତ ହେବା ସହ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସଂରକ୍ଷଣ ଓ ପ୍ରସାର ଆହୁରି ସୁଦୃଢ଼ ହେବ।
ସମ୍ବଲପୁରୀ ଦିନ୍ ପାଳନ ମାଧ୍ୟମରେ ବୌଦ୍ଧ ଜିଲ୍ଲା ପ୍ରଶାସନ ହସ୍ତତନ୍ତ ଶିଳ୍ପ ପ୍ରତି ନିଜର ଦାୟିତ୍ୱବୋଧ ଓ ସ୍ଥାନୀୟ କଳା, ସଂସ୍କୃତି ତଥା ବୁଣାକାର ସମ୍ପ୍ରଦାୟ ପ୍ରତି ସମ୍ମାନର ବାର୍ତ୍ତା ପ୍ରଦାନ କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031