Indus Valley Times

ସରଗାଡ ଅଞ୍ଚଳରେ ମାଳ ମାଳ ଇଟାଭାଟି,-ସାରଗାଡ ଜଙ୍ଗଲ ସେକ୍ସନ୍,ରାଜସ୍ବ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ନୀରବ

 Breaking News

ସରଗାଡ ଅଞ୍ଚଳରେ ମାଳ ମାଳ ଇଟାଭାଟି,-ସାରଗାଡ ଜଙ୍ଗଲ ସେକ୍ସନ୍,ରାଜସ୍ବ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ନୀରବ

ସରଗାଡ ଅଞ୍ଚଳରେ ମାଳ ମାଳ ଇଟାଭାଟି,-ସାରଗାଡ ଜଙ୍ଗଲ ସେକ୍ସନ୍,ରାଜସ୍ବ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ନୀରବ
May 18
10:31 2025

ମହେଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୮/୫ : ନୀରବି ଗଲେ କି ସରଗାଡ ଜଙ୍ଗଲ ସେକ୍ସନ ର କର୍ମଚାରୀ,ରାଜସ୍ବ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ।ତିନି ବିଭାଗର ମିଳିତ ଚଢାଉ ଏ ପର୍ଯ୍ୟନ୍ତ ଇଟାଭାଟି ମାନଙ୍କ ଉପରେ ହୋଇ ନ ଥିବା ବେଳେ ଇଟାଭାଟି ମାଲିକ ମାନେ ଦିନକୁ ଦିନ ତାଙ୍କର କାୟା ବିସ୍ତାର କରି ବ୍ୟବସାୟରେ ବେଶ୍ ଲାଭବାନ ହେଉଥିବା ପରିଲକ୍ଷିତ ହୁଏ।
ସରାଗାଡ ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢିଉଠିଛି।ଇଟାଭାଟି ର ଉତ୍ତାପ ଯୋଗୁଁ ଭୀଷଣ ଗରମ ଅନୁଭୂତ ହେଉଛି। ଅନେକ ନାମୀ ଦାମୀ ବୃକ୍ଷ କଟି ଇଟାଭାଟିରେ ପାଉଁଶ ହୋଇଯାଉଛି ସରକାର କୋଟିକୋଟି ଟଙ୍କା ବୃକ୍ଷ ରୋପଣ,ଚାରା ଉତ୍ପାଦନ,ଜଙ୍ଗଲ ସଂରକ୍ଷଣ,ଜଂଗଲୀ ଜୀବ ଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ଦେଉଥିବା ବେଳେ ଜଙ୍ଗଲ ବିଭାଗ ର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ପ୍ରାୟ ଜଙ୍ଗଲ ଶୂନ୍ୟ ହେବାକୁ ବସିଲାଣି।ଇଟାଭାଟି ର ଉତ୍ତାପ ଅସହ୍ୟ କରିସାରିଲାଣି।
ଉତ୍ତାପ ସହ୍ୟ କରି ନ ପାରି ଜଂଗଲୀ ଜୀବ ଜନ୍ତୁ ଅନେକ ସମୟରେ ସହରମୁହା ହେଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲ କଟି ପଦା ହେଉଥିବାରୁ ଏହି ଜଂଗଲୀ ଜୀବ ଜନ୍ତୁ ମାନେ ଖାଦ୍ୟ ନ ପାଇ ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ହୋଇ ବିପଦର ସମ୍ମୁଖୀନ ହେଉଥିବା ସହ ବିପଦରେ ପକାଉଛନ୍ତି।
ସରକାର ଖୋଲା ଇଟାଭାଟି କରିବା ପାଇଁ ମନା କରିଥିବା ବେଳେ ବଲାଙ୍ଗିର ସହର ର ତଳି ଅଞ୍ଚଳରେ,ଜଙ୍ଗଲ ଜମି ରେ,ରାଜସ୍ବ ଜମିରେ,ପତ୍ରା ଜଙ୍ଗଲରେ, ତଥା ଜଙ୍ଗଲ କୁ ଲାଗି ରହିଥିବା ପ୍ରଜା ମାନଙ୍କ ଜମିରେ ହଜାର ହଜାର ଇଟାଭାଟି ବଲାଙ୍ଗିର ଜିଲ୍ଲାର ସହର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ଖୁଲମଖୁଲା ଇଟାଭାଟି ପୋଡ଼ା ଚାଲିଥିବାର ଦେଖିବାକୁ ମିଳୁଛି।ଏଥିପାଇଁ ସାରା ସହର ବାସିନ୍ଦା ଭୀଷଣ ଗରମରେ ଛଟପଟ ହେଉଥିବା ପରିଲକ୍ଷିତ ହେଉଛି।
ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ସରଗାଡ ସେକ୍ସନ ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢି ଉଠିଥିବା ବେଳେ ଜଙ୍ଗଲ କର୍ମଚାରୀ କରୁଛନ୍ତି କଣ ବୋଲି ସାଧାରଣରେ ପ୍ରଶ୍ନ ହୁଏ।
ଏହି ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀପାଲି,ଖଲିଆପାଲି,କୁସମେଲ ଏବଂ ଆଖ ପାଖ ଅଞ୍ଚଳରେ ଇଟାଭାଟି ପୋଡ଼ା ଚାଲିଥିବା ଜୋର୍ ଚର୍ଚ୍ଚା ହେଉଛି। ଉପରୋକ୍ତ ସମ୍ବେଦନଶୀଳ ବିଷୟ କୁ ନେଇ ନିକଟରେ ବଲାଙ୍ଗିର ଜଙ୍ଗଲ ବିଭାଗ ର ଡିଏଫ୍ଓ ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ଅଜିତ ବିଶି ଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଯାଇଥିଲା।
ସେ ପୂର୍ବରୁ ଏଠାରେ ଏସିଏଫ୍ ଭାବରେ କାର‌୍ୟ୍ୟରତ ଥିଲେ।ସେ ବଲାଙ୍ଗିର ଜଙ୍ଗଲ ବିଭାଗ ବିଷୟରେ ବେଶ୍ ଜାଣିଛନ୍ତି।ସେ ଜଣେ ଅନୁଭବି ଡ଼ିଫଓ।
ଅବଶ୍ୟ ସେ ବଲାଙ୍ଗିର ରେ ଡ଼ିଫଓ ପଦବୀରେ ଯୋଗଦାନ କରିବାର ମାତ୍ର କେଇଦିନ ହୋଇଛି।ଏଣୁ ସେ ଏ ସମସ୍ତ ବିଷୟ ଉପରେ ଗୁରୁତ୍ଵ ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହି ବିଭାଗରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ଯେଉଁମାନେ ବଲାଙ୍ଗିର ଠାରୁ ପ୍ରାୟ ୭୦/୮୦ କିଲୋମିଟର ଦୂରରେ ଫରେଷ୍ଟର କିମ୍ବା ଅନ୍ୟ ପଦପଦବୀ ରେ ଅଛନ୍ତି ସେମାନେ ପ୍ରାୟ ସମୟ ବଲାଙ୍ଗିର ର ଚା \’ ପାନ ଦୋକାନରେ ବସି ଖଟି କରୁଥିବାର ଅନେକ ସମୟରେ ଚର୍ଚ୍ଚା ହେଉଛି।
ତେବେ ଏମାନେ ତାଙ୍କ କାର୍ଯ୍ୟ କେତେବେଳେ କରୁଛନ୍ତି ଏହା ମଧ୍ୟ ଚର୍ଚ୍ଚା ହୁଏ।ଯଦି ଏହା ସତ ତେବେ ବିଭାଗ ପ୍ରତି ସାଙ୍ଘାତିକ।
ରାଜ୍ୟ ସରକାର ଲାଲ ଇଟାଭାଟି କୁ ମନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଇଟାଭାଟି ପୋଡ଼ା ଚାଲିଛି।
ରାଜସ୍ବ ବିଭାଗ ନୀରବ ରହିଥିବା ଏବଂ କାଁ ଭାଁ ସ୍ୱଳ୍ପ ରାଜସ୍ବ ଆଦାୟ କରି ଚୁପ୍ ରହିଯାଉଥିବା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ର ଅଙ୍କୁଶ ନାହିଁ।ରାଜସ୍ବ ବିଭାଗ ଫାଇନ କାଟି ସାରିଲା ପରେ ଇଟାଭାଟି କୁ ସମ୍ପୂର୍ଣ ଧ୍ଵଂସ ନ କରି ଛାଡ଼ି ଦେଉଥିବାରୁ ଇଟାଭାଟି ମାଲିକ ମାନେ ରାଜସ୍ବ ଦେଇ ଇଟା ପୋଡୁ ଥିବା ଦେଖିବାକୁ ମିଳୁଛି।
ସରକାରୀ ନିୟମ ଅନୁଯାୟୀ ଇଟା ଭାଟି ରୁ ରାଜସ୍ବ ଅସୁଲ କରି ଭାଟି ପୋଡ଼ିବା ପାଇଁ ନିୟମ ଅଛି କି ବୋଲି ସାଧାରଣରେ ପ୍ରଶ୍ନ ହୁଏ।ବର୍ଷ ବର୍ଷ ଧରି ଇଟାଭାଟି କରୁଥିବା ରୁ ମୃତ୍ତିକା କ୍ଷୟ ହେଉଥିବା ଜଣାପଡେ।
ତେବେ ମୃତ୍ତିକା ସଂରକ୍ଷଣ କରିବା ରାଜସ୍ବ ବିଭାଗର ଦାୟିତ୍ଵ ନୁହେଁ କି?ଅପରପକ୍ଷେ ଜଙ୍ଗଲ ବିଭାଗ ର ଜଙ୍ଗଲ ଧ୍ବଂସ ହେଉଥିଲେ ମଧ୍ୟ ଜଙ୍ଗଲ ନିୟମ ଅନୁଯାୟୀ ସେମାନେ କାଠ ପଡ଼ିଥିଲେ ଧରି ପାରିବେ ନାହିଁ।
କାଠ ନେବା ବେଳେ ଧରିବେ।କାଠ ଡିପୋ ରୁ ଆଣି ଇଟା ପୋଡ଼ିଲେ ବିଭାଗର କିଛି ଆପତ୍ତି ନାହିଁ।ତେବେ ଗୋଟିଏ ଇଟାଭାଟି ରେ କେତେ ପରିମାଣର କାଠ ବ୍ୟବହାର ହୁଏ ଏବଂ କାଠ ଡିପୋ ଗୋଟିଏ ଇଟାଭାଟି କୁ କେତେ ପରିମାଣର କାଠ ଦେବାର କ୍ଷମତା ଅଛି ତଦନ୍ତ ସାପେକ୍ଷ।ଅନ୍ୟପକ୍ଷେ ବିଦ୍ୟୁତ୍ ବିଭାଗ ର ମୁଖ୍ୟ ଦାୟିତ୍ଵ ଥିବା ବେଳେ ବେଆଇନ ବିଦ୍ୟୁତ୍ ସଂଯୋଗ ପ୍ରତି ଧ୍ୟାନ ନ ଥିବା ପରିଲକ୍ଷିତ ହୁଏ।
ଇଟା ଭାଟି ମାନଙ୍କରେ ଦୂରରେ ଥିବା ଟ୍ରାନ୍ସଫରମର ରୁ ବିଦ୍ୟୁତ୍ ସଂଯୋଗ କରି ଇଟାଭାଟି ମାନଙ୍କରେ ଲାଗିଥିବା ଏବଂ ଅନେକ ଜନ ଜୀବନ ପ୍ରତି ବିପଦ ଥିବା ବେଳେ ବିଦ୍ୟୁତ୍ ବିଭାଗ ଏଠି କରୁଛି କଣ ବୋଲି ପ୍ରଶ୍ନ ହୁଏ।
ବିଗତ ବର୍ଷ ମାନଙ୍କରେ ଅନେକ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାବେଳେ ଜଙ୍ଗଲ ବିଭାଗ ନା ବିଦ୍ୟୁତ୍ ବିଭାଗ ସଚେତନ ହୋଇଛନ୍ତି।ଆଉ କେତେ ଜଂଗଲୀ ଜୀବ ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁବରଣ କଲେ ଉପରୋକ୍ତ ବିଭାଗ ମାନେ ସଚେତନ ହେବେ ବୋଲି ଚର୍ଚ୍ଚା ହୁଏ।
ଏଣୁ ବେଳ ଥାଉ ଥାଉ ଉପରୋକ୍ତ ବିଭାଗ ଯଦି ସଚେତନ ନ ହୁଅନ୍ତି ତେବେ ଆଗାମୀ ଦିନରେ ଜଙ୍ଗଲ ପଦା ହେବା ସହ ଜଂଗଲୀ ଜୀବ ଜନ୍ତୁ ଙ୍କ ପ୍ରାଣହାନି, ରାଜସ୍ଵହାନି ଏବଂ ବିଦ୍ୟୁତ୍ ଅପଚୟ କୁ କେହି ରୋକି ପାରିବେ ନାହିଁ। ଏଣୁ ସାଧୁ ସାବଧାନ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930