Indus Valley Times

ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ଦୁର୍ବଳ ହେଲା ଭୀଷଣ ବାତ୍ୟା

 Breaking News

ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ଦୁର୍ବଳ ହେଲା ଭୀଷଣ ବାତ୍ୟା

October 25
11:41 2024

ଓଡ଼ିଶା, ୨୫/୧୦ : ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ‘ ଦାନା ‘। ବାତ୍ୟାର ପ୍ରଭାବ କମିବା ଫଳରେ ପରିବେଶ ବର୍ତ୍ତମାନ ଶାନ୍ତ ରହିଛି। ଏହାସହିତ ‘ଦାନା ‘ ର ପ୍ରଭାବ ପଡ଼ିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ରାସ୍ତା ପରିଷ୍କାର କରିବା ସହିତ ପାଣିଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି।
ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ।
ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି। ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା ‘ଦାନା’। ବାତ୍ୟା ‘ଦାନା’ର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31