Indus Valley Times

ସାମ୍ନାକୁ ଆସିଲା ମିଷ୍ଟର-ମିସେସ୍ ଚଡ୍ଡାଙ୍କ ବିବାହର ପ୍ରଥମ ଝଲକ

 Breaking News

ସାମ୍ନାକୁ ଆସିଲା ମିଷ୍ଟର-ମିସେସ୍ ଚଡ୍ଡାଙ୍କ ବିବାହର ପ୍ରଥମ ଝଲକ

ସାମ୍ନାକୁ ଆସିଲା ମିଷ୍ଟର-ମିସେସ୍ ଚଡ୍ଡାଙ୍କ ବିବାହର ପ୍ରଥମ ଝଲକ
September 25
12:50 2023

ମୁମ୍ବାଇ,୨୫/୯: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଛି। ସେମାନେ ବାହା ହେବା ପରେ ଏବେ ବିବାହ ପରର ଫଟୋ ସବୁ ଭାଇରାଲ୍ ହେବାରେ ଲାଗିଛି।
ପରିଣୀତି ଚୋପ୍ରା ସତସତିକା ଏକ ପରୀ ଭଳି ଫଟୋରେ ସୁନ୍ଦର ଦେଖା ଯାଉଛନ୍ତି। ରାଘବ ଓ ପରିଣୀତି ଏବେ ଆନୁଷ୍ଠାନିକ ଭାବେ ପତି-ପତ୍ନୀ। ଦୁହେଁ କ୍ରିମ୍ କଲର୍ର ପୋଷାକ ପିନ୍ଧି ବେଶ୍ ଆକର୍ଷଣୀୟ ଦିଶିଛନ୍ତି।
ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପିନ୍ଧୀ ଏକଦମ ପଞ୍ଜାବୀ ଲୁକ୍ରେ ନଜର ଆସିଛନ୍ତି। ଦୁହିଙ୍କ ଫଟୋ ଦେଖିଲେ ଆପଣ ସେମାନଙ୍କ ଚେହେରାର ଖୁସିକୁ ଅନୁଭବ କରିପାରିବେ।
ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଆପ୍ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରମୁଖ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031