Indus Valley Times

’ସୁଭଦ୍ରା’ ଯୋଜନାରୁ ବାଦ୍ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଖାତାକୁ ପହଞ୍ଚିଲା ଟଙ୍କା

 Breaking News

’ସୁଭଦ୍ରା’ ଯୋଜନାରୁ ବାଦ୍ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଖାତାକୁ ପହଞ୍ଚିଲା ଟଙ୍କା

’ସୁଭଦ୍ରା’ ଯୋଜନାରୁ ବାଦ୍ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଖାତାକୁ ପହଞ୍ଚିଲା ଟଙ୍କା
May 04
18:16 2026

ଭୁବନେଶ୍ୱର, ୪/୫ : ବିଜେପି ସରକାରଙ୍କ ବହୁ ଆଙ୍କାକ୍ଷିତ ’ସୁଭଦ୍ରା’ ଯୋଜନାରୁ ବାଦ୍ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଆଜି ଡାଇରେକ୍ଟ୍ ବେନିଫିଟ୍ ଟ୍ରାନ୍‌ସଫର (ଡିବିଟି) ମାଧ୍ୟମରେ ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଇଛି।
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ‘ସୁଭଦ୍ରା’ ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କିସ୍ତିରୁ ବାଦ୍ ପଡ଼ିଯାଇଥିବା ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୬୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି, ଯାହା ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।
ନିଷ୍କ୍ରିୟ ଏନ୍‌ପିସିଆଇ ଲିଙ୍କେଜ୍, ଇ କେୱାଇସି ବାୟୋମେଟ୍ରିକ ତ୍ରୁଟି ଏବଂ ବାକି ଥିବା ଅଭିଯୋଗ ସମାଧାନ କାରଣରୁ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ କିସ୍ତି ପାଇପାରି ନଥିବା ମହିଳାମାନେ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ, ଏହି ଯୋଜନା ଅନ୍ତର୍ଗତ ୨୧,୯୦୧ ଜଣ ହିତାଧିକାରୀ ପ୍ରଥମ କିସ୍ତି, ୨୨,୩୪୭ ଜଣ ଦ୍ୱିତୀୟ କିସ୍ତି ଏବଂ ୭୯,୬୦୧ ଜଣ ତୃତୀୟ କିସ୍ତି ପାଇଛନ୍ତି । ବିଭିନ୍ନ ପ୍ରଶାସନିକ ସ୍ତରରେ ବିଚାରାଧୀନ ମାମଲାଗୁଡ଼ିକର ଯାଞ୍ଚ ଏବଂ ସମାଧାନ ପରେ ଏହି ଅର୍ଥ ପ୍ରଦାନ କରାଯାଇଛି ।
ଉପ-ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ନ ପଡ଼ନ୍ତି ତାହା ନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ । ବ୍ୟବସ୍ଥିତ ଯାଞ୍ଚ ଏବଂ ଅଭିଯୋଗ ନିରାକରଣ ମାଧ୍ୟମରେ ସମସ୍ତ ପ୍ରକୃତ ମାମଲାଗୁଡ଼ିକର ସମାଧାନ କରାଯାଉଛି ।
ସେ ପୁନର୍ବାର କହିଛନ୍ତି ଯେ ‘ସୁଭଦ୍ରା’ ଯୋଜନା ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ ମୃଣାଳିନୀ ଦର୍ସ୍ୱାଲ, କାର୍ଯ୍ୟକାରୀ ନିର୍ଦ୍ଦେଶିକା ସ୍ୱୟଂପ୍ରଭା ମହାନ୍ତି, ଏବଂ ଅତିରିକ୍ତ ଶାସନ ସଚିବ, କୃତ୍ତିବାସ ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ୩୦ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930