ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୩ : (ଶନିବାର ) ଦିନ ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ , ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ସମସ୍ତ ସି. ଡି. ପି. ଓ. ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ସୁଭଦ୍ରା ମାଆ ମାନେ ନିଜ ନିଜ ଅନୁଭୂତି ବଖାଣି ଥିଲେ । ଶନିବାର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଧବ ବେହେରା ଙ୍କ ଦ୍ୱାରା ଭଜନ ଓ ମୁଇଁ ବଉଦିଆ ସଂଗୀତ କାର୍ଯ୍ୟକ୍ରମ, ଗେହ୍ଲା ମାଆ କଳା ନିକେତନ, ବୌଦ୍ଧର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ବଜାଶାଲ, ବଲାଙ୍ଗୀର ର କଳାକାର ମାନଙ୍କ ଦ୍ୱାରା ଆଦିବାସୀ (ଘୁଡକା ନୃତ୍ୟ ) ଓ ସମ୍ବଲପୁରୀ ନୃତ୍ୟ, ଅମର ଦାଶ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ନବ କିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ ।






