Legatus

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି

 Breaking News

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି
June 12
19:36 2024

ଭୁବନେଶ୍ବର,୧୨/୬: ଓଡ଼ିଶାରେ ବିଜେପି ସରକାର ଗଢ଼ିଲା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି।
ସେହିପରି କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋହନ୍ଙ୍କ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରିଛି। ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି କରିଛି।
ବାଚସ୍ପତି ଘୋଷଣା ନେଇ ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି।
ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର କାମ କରିବ। ଓଡ଼ିଶାରେ ବିକାଶ ଧାରା ଜାରି ରଖିବାକୁ ଉଦ୍ୟମ କରିବି। ଦଳ ଯେଉଁ ଦାୟିତ୍ବ ଦେବ, ତାହା ସୂଚାରୁ ରୂପେ ତୁଲାଇବି।
ଅଧିବେଶନ ସମୟରେ ଗୃହ ଚଳାଇବା ପାଇଁ ଚ୍ୟାଲେଞ୍ଜ ପରିସ୍ଥିତିକୁ ସାମ୍ନା କରିବାକୁ ହୋଇଥାଏ। ମୁଲତବୀ, ହଟ୍ଟଗୋଳ ଓ ବିରୋଧୀଙ୍କୁ ପରିଚାଳନା କରିବା କଠିନ କାମ। ତଥାପି ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।
ସୁରମା ପାଢ଼ୀ ରାଜ୍ୟ ବିଜେପିର ଜଣେ ଜଣାଶୁଣା ବ୍ୟକ୍ତି ବିଶେଷ। ସେ ୧୯୬୦ ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଓ ଏଲ୍ଏଲ୍ବି ହେଉଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା।
ରାଜନୀତି ସହିତ ସେ ହେଉଛନ୍ତି ଜଣେ ଆଇନଜୀବୀ। ୨୦୦୪ ମସିହାରେ ସେ ରଣପୁର ଆସନରେ ବିଧାୟକ ହୋଇଥିଲେ। ୨୦୨୪ ନିର୍ବାଚନରେ ପୁଣି ରଣପୁରରୁ ବିଜୟୀ ହୋଇଛନ୍ତି। ସେ ୮୧,୪୩୯ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି।
ସୂଚନାଯୋଗ୍ୟ, କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଜେନା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମସିଂ ଖୁଣ୍ଟିଆ, ସୂର‌୍ୟ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ସ୍ବାଇଁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31