Indus Valley Times

ସୃଷ୍ଟି ହେଲା ଲଘୁଚାପ ,୪୮ ଘଣ୍ଟାରେ ଆହୁରି ଘନୀଭୂତ ସମ୍ଭାବନା!ସତର୍କ କଲା ପାଣିପାଗ ବିଭାଗ

 Breaking News

ସୃଷ୍ଟି ହେଲା ଲଘୁଚାପ ,୪୮ ଘଣ୍ଟାରେ ଆହୁରି ଘନୀଭୂତ ସମ୍ଭାବନା!ସତର୍କ କଲା ପାଣିପାଗ ବିଭାଗ

ସୃଷ୍ଟି ହେଲା ଲଘୁଚାପ ,୪୮ ଘଣ୍ଟାରେ ଆହୁରି ଘନୀଭୂତ ସମ୍ଭାବନା!ସତର୍କ କଲା ପାଣିପାଗ ବିଭାଗ
August 12
10:39 2026

ଭୁବନେଶ୍ୱର, ୧୨/୮ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ବୁଧବାରକୁ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ବର୍ଷା ପ୍ରକୋପ ବଢ଼ିବ ରାଜ୍ୟରେ । ଆସନ୍ତା ୫-୬ ଦିନ ଧରି ବର୍ଷା ଲାଗି ରହିବ ବିଭିନ୍ନ ଅଞ୍ଚଳରେ । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା, ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୧୩ ତାରିଖ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଆଉ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୧୭ ତାରିଖ ଯାଏଁ ଏଭଳି ପାଗ ଓ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ିଜନିତ ବର୍ଷା ରାଜ୍ୟରେ ଲାଗି ରହିଛି । ବଜ୍ରାଘାତରେ ଦୁଇଦିନରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ମଙ୍ଗଳବାର ସୁନ୍ଦରଗଡ଼ରେ ବଜ୍ରାଘାତରେ ୫ ଜୀବନ ଯାଇଛି ।
ବାଲିଶଙ୍କରା ବ୍ଲକରେ ୨ଜଣ ମହିଳା ଓ ବଣାଇରେ ୨ଜଣ ମହିଳା ବିଲରେ ତଳି କାମ କରୁଥିବାବେଳେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ନୂଆଗାଁ ବ୍ଲକରେ ଗଛ ତଳେ ଆଶ୍ରୟ ନେଇଥିବାବେଳେ ଜଣେ ଯୁବକ ବଜ୍ରପାତରେ ଜୀବନ ହରାଇଛନ୍ତି । ସୋମବାର ମଧ୍ୟ ବଜ୍ରପାତ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । କଟକର ମାହାଙ୍ଗା ଓ ଚୌଦ୍ୱାର ଅଞ୍ଚଳରେ ୨ଜଣ, ମୟୂରଭଞ୍ଜରେ ୨ଜଣ, ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031