Indus Valley Times

ସେକାଳ ପଖାଳ ଆଉ ନାହିଁ: ମୁଖ୍ୟମନ୍ତ୍ରୀ

 Breaking News

ସେକାଳ ପଖାଳ ଆଉ ନାହିଁ: ମୁଖ୍ୟମନ୍ତ୍ରୀ

ସେକାଳ ପଖାଳ ଆଉ ନାହିଁ: ମୁଖ୍ୟମନ୍ତ୍ରୀ
May 15
16:27 2025

ଭୁବନେଶ୍ୱର,୧୫/୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି । ଜିଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ମୁଁ ମୋ’ ଛୋଟ ବ୍ରେନ୍‌ରେ ସବୁ ସେଭ୍ କରି ରଖିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ ଆପଣଙ୍କୁ କେହି କ୍ଷମା ଦେବେନି। ଆମ ଅନ୍‌ଲାଇନ୍‌ରେ ସେଟ୍‌ଅପ୍ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ’ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ।
ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କହିଛନ୍ତି ମୁଖ୍ୟମନ୍ତ୍ରୀ। ଭିଜିଲାନ୍ସକୁ ଖୋଲା ଛଡ଼ାଯାଇଛି, ସଜାଗ ହୁଅନ୍ତୁ। ଆମେ ଦେଖିଛୁ ଭୂତ ଘର, ଭୂତ ପାଇଖାନା। ନିଜେ ସଜାଗ ହୁଅନ୍ତୁ, ପାଖ ଅଧିକାରୀଙ୍କୁ ସଜାଡ଼ି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31