Indus Valley Times

ସ୍ପର୍ଶ କ୍ଲଷ୍ଟରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ

 Breaking News

ସ୍ପର୍ଶ କ୍ଲଷ୍ଟରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ

ସ୍ପର୍ଶ କ୍ଲଷ୍ଟରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ
January 30
11:46 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର , ୩୦/୧ : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ସ୍ପର୍ଶ କୁଷ୍ଟ ରୋଗ ସଚେତନା ଅଭିଯାନ ୨୦୨୫ର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଦିବ୍ୟ କିଶୋର ପତି ଏଡ଼ି.ପି.ଏଚ.ଓ (ଭେକ୍ଟର ବାହିତ ରୋଗ ) ଡା.କୁବେର ଚନ୍ଦ୍ର ମହନ୍ତ, ଏଡି.ପି.ଏଚ.ଓ(ରୋଗ ନିୟନ୍ତ୍ରଣ)
ଡା. ନମିତା ମିଶ୍ର,ଏଡ଼ି.ପି.ଏଚ.ଓ(ପରିବାର କଲ୍ୟାଣ ଓ କୁଷ୍ଠ ନିୟନ୍ତ୍ରଣ)ଡା.ସୁଧା ବାର୍ଲା,ଜିଲ୍ଲା ପ୍ରକଳ୍ପ ପରିଚାଳକ,ଜାତୀୟ ସ୍ୱାସ୍ଥ୍ୟ ମିଶନ,ମୃତ୍ୟୁଞ୍ଜୟ ମୁଣ୍ଡ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ ସମସ୍ତ ପଦାଧିକାରୀମାନେ ଯୋଗଦେଇଥିଲେ।କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସମୀକ୍ଷା କରିଥିଲେ।
କୁଷ୍ଠରୋଗ ସଚେତନତା ବୃଦ୍ଧି ନିମନ୍ତେ ଆସନ୍ତା ଜାନୁୟାରୀ ୩୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଚାଲିବ।ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ,ଉପସ୍ଥିତ ଜିଲ୍ଲାର ଅନ୍ୟାନ ବିଭାଗର ଅଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରତ୍ୟେକ ଗାଁରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଶା ଓ ଅଙ୍ଗନ ବାଡି କର୍ମୀ ଏ.ଏନ.ଏମ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ।
ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ତଥା ବଲାଙ୍ଗିର ପୌରପରିଷଦର ସମସ୍ତ କାଉନ୍ସିଲର,ଚେୟାରମ୍ୟାନ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନରେ ସମିଲ ହେବାକୁ ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930