Indus Valley Times

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପରେ ସିର୍ତ୍ତିଗୁଡା ଦଳ ବାଜିମାତ କଲା

 Breaking News

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପରେ ସିର୍ତ୍ତିଗୁଡା ଦଳ ବାଜିମାତ କଲା

August 16
22:01 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏଗାର ଦିନ ଧରି ଆୟୋଜିତ ଫୁଟବଲ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି ।
ଏଥିରେ ଅଞ୍ଚଳର ବଛା ବଛା ୧୨ଟି ଦଳ ଅଂଶ ଗ୍ରହଣ କରି ଫାଇନାଲ ଦିନ ଢୁପା ଏଫସି ଦଳ ସହ ସିର୍ତ୍ତିଗୁଡା ଦଳ ମଧ୍ୟରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା ।
ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଉପଖଣ୍ଡ କ୍ରୀଡା ସଂସଦର ସଭାପତି ଶ୍ରୀମତୀ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ,ମାନସ ରଞ୍ଜନ ଆଚାର୍ଯ୍ୟ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ, ସୁଶାନ୍ତ କୁମାର ସାହୁ, ଗଙ୍ଗାଧର ପଣ୍ଡା, ଶିବାନନ୍ଦ ପଟ୍ଟନାୟକ, ମିଟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଉଦଯାପନୀ ତଥା ଫାଇନାଲ ଖେଳରେ ଢୁପା ଏଫସି ଦଳ ସହ ସିର୍ତ୍ତିଗୁଡା ଦଳ ମଧ୍ୟରେ କଡା ଟକ୍କର ସହ ବହୁ ସଙ୍ଘର୍ଷ ମୟ ଭାବେ ଖେଳି ଶେଷ ସମୟ ସୀମା ପର୍ଯ୍ୟନ୍ତ ୧-୧ ଗୋଲରେ ସୀମିତ ରହିବାରୁ ପେନାଲଟିକ ସୁଟ ମାଧ୍ୟମରେ ୪-୩ ଗୋଲ ରେ ସିର୍ତ୍ତିଗୁଡା ଦଳ ଦିଜୟୀ ହୋଇ ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ ଟ୍ରଫି ମୁଖ୍ୟ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ ।
ଏହି ଖେଳରେ ରେଫେରୀ ଭାବେ କାମାକ୍ଷା ପ୍ରସାଦ ପ୍ରଧାନ ଶଶାଙ୍କ ଶେଖର ପ୍ରଧାନ, ଟାରଜନ୍ ଦିଗାଳ, ବାବୁ ଭାଇ, ତ୍ରିନାଥ ମଳିକ, ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031