Legatus

ହକି ଛାଡି ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

 Breaking News

ହକି ଛାଡି ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

September 04
12:39 2023

ଭୁବନେଶ୍ୱର,୪/୯ : ଖେଳ ପଡ଼ିଆରୁ ଏବେ ରାଜନୈତିକ ମଇଦାନକୁ ଓହ୍ଲାଇଲେ ହକି ତାରକା ପ୍ରବୋଧ ତିର୍କୀ। ଆନୁଷ୍ଠାନିକ ଭାବେ ଆଜି କଂଗ୍ରେସରେ ମିଶିଲେ।
ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଛନ୍ତିା ପ୍ରବୋଧଙ୍କ ସହ ଅନେକ ଲୋକ ମଧ୍ୟ କଂଗ୍ରେସରେ ମିଶିଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।
କଂଗ୍ରେସରେ ମିଶିବା ପରେ ପ୍ରବୋଧ ତିର୍କୀ କହିଛନ୍ତି, ମୁଁ ଦେଶ ପାଇଁ ଖେଳୁଥିଲି। ଏବେ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି। ମୁଁ ମୋ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ସମାଧାନ କରିବି।
ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି। ମୁଁ ଆଗାମୀ ସାଧାରଣ ନିର୍ବାଚନରେ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ରହିଛି।
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ। ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍-ଜୁନିୟର, ଜୁନିୟର ଓ ‘ଏ’ ଟିମ୍ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ। ପ୍ରବୋଧ ୧୬୧ଟି ହକି ମ୍ୟାଚ୍ ଖେଳିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31