Indus Valley Times

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

 Breaking News

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

December 30
20:17 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩୦/୧୨ : ଆଜି ପୂର୍ବାହ୍ନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ହଟକେଶ୍ୱର ପ୍ରାଙ୍ଗଣରେ ଥିବା ସଭା ଗୃହରେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ହଟକେଶ୍ୱର ମକର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା, ତହସିଲଦାର, ବେଗୁନିଆ,ଏସଡିପିଓ, ଖୋର୍ଦ୍ଧା, ଆଇଆଇସି, ବେଗୁନିଆ, ଏସଡିଓ, ପୂର୍ତ୍ତ, ଏସଡିଓ, ଇଲେକ୍ଟ୍ରିକାଲ,ସିଡିପିଓ, ବେଗୁନିଆ, ବ୍ଲକ୍ ଶିକ୍ଷା ଅଧିକାରୀ, ବେଗୁନିଆ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଏବଂ ଲାଇନ ଡିପାର୍ଟ ମେଣ୍ଟ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ ।
ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସିଆରସିସି ସୁଧାକର ସେଠୀ ହଟକେଶ୍ୱର ମକର ମହୋତ୍ସବ ସମ୍ବନ୍ଧରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ ।
ଅଧ୍ୟକ୍ଷ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ସାହୁ ମହୋତ୍ସବ ସ୍ଥଳ ଚତୁର୍ପାର୍ଶ୍ଵ ରାସ୍ତା ଘାଟ ମରାମତି, ସ୍ୱଛତା ଓ ପରିମଳ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରି ହଟକେଶ୍ୱର ମକର ମହୋତ୍ସବରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମହୋତ୍ସବ ସ୍ଥଳରେ ରହି ସେମାନଙ୍କୁ ନ୍ୟସ୍ତ ସେବାଗୁଡିକୁ ଯୋଗାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ପାନୀୟ ଜଳ ଟ୍ୟାଙ୍କର, ରାସ୍ତାରେ ପାଣି ସିଞ୍ଚନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ସମ୍ପାଦନ କରିବେ ।
ବିଭିନ୍ନ ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ଦାୟିତ୍ବ ନିର୍ବାହ କରିବେ ।
ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହଟକେଶ୍ୱର ମକର ମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପନ ନିମନ୍ତେ ଶୁଭ ଦିନ, ଶୁଭ ସମୟ ପାଞ୍ଜି ଦେଖି ଅନୁଷ୍ଠିତ ହେବ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବାର ପଲ୍ଲୀର ସଭାପତି ଓ ସଭ୍ୟଗଣ,ମହୋତ୍ସବ କମିଟି କର୍ମକର୍ତ୍ତା ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବେଗୁନିଆ ସଦର ମହକୁମା ବରିଷ୍ଠ ନାଗରିକ, ହଟକେଶ୍ୱର ମନ୍ଦିର କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପ୍ରଭୁ ହଟକେଶ୍ୱରଙ୍କ ପବିତ୍ର ମକର ମହୋତ୍ସବ ଶାନ୍ତି ଶୃଙ୍ଖଳା ଭାଇଚାରା ସହକାରେ ସମ୍ପନ୍ନ କରିବାକୁ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031