Indus Valley Times

ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ ଜେଲ୍ ଓ ଜରିମାନା

 Breaking News

ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ ଜେଲ୍ ଓ ଜରିମାନା

August 01
19:33 2024

ପାରଳାଖେମୁଣ୍ଡି,୧/୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ହତ୍ୟାକାଣ୍ଡ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୦୯ରେ ପାରଳାଖେମୁଣ୍ଡି ୧ନମ୍ବର ୱାର୍ଡରେ ହୋଲି ପାଇଁ ସମସ୍ତେ ଖୁସି ମନାଉଥିଳେ। ସେତିକିବେଳେ କେତେଜଣ ଯୁବକ ଘରେ ପଶି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଯୁବୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ପ୍ରମାଣକୁ ଭିତ୍ତି କରି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31