Indus Valley Times

ହରଭଙ୍ଗା ବ୍ଲକ ଉପାଧକ୍ଷ ଚଞ୍ଚକତା କରି ନିଜ ମାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ହଡ଼ପ ସମ୍ପର୍କରେ ବିଜେଡିର ପ୍ରେସ ବିବୃତ୍ତି

 Breaking News

ହରଭଙ୍ଗା ବ୍ଲକ ଉପାଧକ୍ଷ ଚଞ୍ଚକତା କରି ନିଜ ମାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ହଡ଼ପ ସମ୍ପର୍କରେ ବିଜେଡିର ପ୍ରେସ ବିବୃତ୍ତି

November 22
11:59 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧୧ : ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଡବଲ ଇଞ୍ଜିନ ସରକାରର ନବ ନିର୍ବାଚିତ ବ୍ଲକ ଉପାଧକ୍ଷ କାହ୍ନୁ ଚରଣ ନାଥ ଚଞ୍ଚକତା କରିନିଜ କ୍ଷମତାର ଅପପ୍ରୟୋଗ କରି କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହତବାରିସୀ କରି ନିଜ ମା ପୁଷ୍ପଲତା ନାଥଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ସହ ଚଳିତ ୦୮ନଭେମ୍ବର ୨୦୨୪ ରିଖରେ ପ୍ରଥମ କିସ୍ତି ଟଙ୍କା ପାଇବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।
ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଈ କ୍ଷମତାକୁ ଆସିବା ପରେ କିଭଳି ଦୁର୍ନୀତିରେ ବୁଡି ରହିଛି ।
ଏ ସରକାର ତାହାର ଇଏ ଏକ ନମୁନା ମାତ୍ର । ସୂଚନା ଯୋଗ୍ୟ ହିତାଧିକାରୀ ପୁଷ୍ପଲତା ନାଥ ଙ୍କ ସ୍ୱାମୀ ସ୍ୱର୍ଗତ ପ୍ରଫୁଲ୍ଲ ନାଥ ଜଣେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ।
ଏବଂ ଉଭୟ ପୁଷ୍ପଲତା ଓ ପ୍ରଫୁଲ୍ଲ ନାଥଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ନିଜେ ବ୍ଲକ ଉପାଧକ୍ଷ ।
ଏତଦବ୍ୟତୀତ କାହ୍ନୁଚରଣଙ୍କ ଧର୍ମପତ୍ନୀ ରୀନାରାଣୀ ପଣ୍ଡାଙ୍କ ନାମରେ OD27B2397 ନମ୍ବର ବିଶିଷ୍ଟ ଏକ ଜେସିବି ଗାଡି ମଧ୍ୟ ଅଛି ।
କାହ୍ନୁଚରଣଙ୍କର ମଧ୍ୟ କୋଠାଘର ଅଛି । ଏବଂ ଭୋଟର ତାଲିକାରେ ପୁଷ୍ପଲତା ନାଥ କାହ୍ନୁଚରଣ ନାଥ ରୀନାରାଣୀ ପଣ୍ଡା ସମସ୍ତଙ୍କ ଘରନମ୍ବର ୧୪୬ବୋଲି ଉଲ୍ଲେଖ ରହିବା ସହ ପୁଷ୍ପଲତାଙ୍କ ସ୍ୱାମୀଙ୍କ ନାମ ପ୍ରଫୁଲ୍ଲ ନାଥ ବୋଲି ଉଲ୍ଲେଖ ଅଛି ।
ଏତେ ସବୁ ପ୍ରମାଣ ଥାଇ ମଧ୍ୟ ତାଙ୍କ ମାଙ୍କ ନାମରେ ଘର ଆସିବା ଏବଂ ତାଙ୍କ ଇଣ୍ଡିଆନବ୍ୟାଙ୍କ ଜମା ଖାତାକୁ ପଇସା ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି କ୍ଷ ଭାତ ହାଣ୍ଡିରୁ ଗୋଟିଏ ସଦୃଶ ଏଇଥିରୁ ଜଣା ପଡୁଛି ଏହି ସରକାର ର ଅସଲ ଗତି କେଉଁ ଆଡ଼କୁ??
. ଏଣୁ ବିକୁ ଜନତାଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ ସଞ୍ଜୟ ଦେହୁରୀ ଅବକାଶ ସାହୁ ଜ୍ୟୋତିରଞ୍ଜନ ସାହୁ ଜୟନ୍ତ ଦେହୁରୀ ବିଶ୍ୱପତି ସାହୁ ଅମର ପ୍ରଧାନ ଗୋପାଳ ଭୋକ୍ତା ବିପିନି ସେନାପତି ପଞ୍ଚାନନ ବେହେରା ଘାସିରାମ ରଣା କିଶୋରୀ ଭୋକ୍ତା ପ୍ରମୁଖ ତୁରନ୍ତ ବ୍ଲକ କର୍ତୃପକ୍ଷ ଉପଯୁକ୍ତ ତଦନ୍ତ କରି ହରଭଙ୍ଗା ବ୍ଲକ ଉପାଧକ୍ଷଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ଦୋଷୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଳମ୍ବନ ନକଲେ ରାଜରାସ୍ତା କୁ ଓହ୍ଲାଇବା ସହ ଲୋକାୟୁକ୍ତ ଙ୍କ ଦ୍ୱାରସ୍ଥ ହେବେ ବୋଲି ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930