Indus Valley Times

ହାଟଗାଁ ଆଦିଶକ୍ତି ମନ୍ଦିରରୁ ଚୋରି ମୁର୍ତ୍ତି ଉଦ୍ଧାର: ବାଇକ ସହ ଭୁଜାଲି ଜବତ , ଚୋର ଫେରାର

 Breaking News

ହାଟଗାଁ ଆଦିଶକ୍ତି ମନ୍ଦିରରୁ ଚୋରି ମୁର୍ତ୍ତି ଉଦ୍ଧାର: ବାଇକ ସହ ଭୁଜାଲି ଜବତ , ଚୋର ଫେରାର

ହାଟଗାଁ ଆଦିଶକ୍ତି ମନ୍ଦିରରୁ ଚୋରି ମୁର୍ତ୍ତି ଉଦ୍ଧାର: ବାଇକ ସହ ଭୁଜାଲି ଜବତ , ଚୋର ଫେରାର
April 21
19:34 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୪ : ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହାଟଗାଁର ପ୍ରସିଦ୍ଧ ଆଦିଶକ୍ତି ମନ୍ଦିରରେ ଗତ ୧୭ ତାରିଖରେ ଚୋରମାନେ ମା ଙ୍କର ପ୍ରତିମା ସହିତ ସବୁ ସମ୍ପତ୍ତି ଲୁଟି ନେଇଥିଲେ । ଏନେଇ ପୁଜକ ବୌଦ୍ଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଥାନା କେସନଂ ୧୮୧/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ତଦନ୍ତ ଆରମ୍ଭ କରିଥିଲା ।
ପୁଲିସ ଗୁରୁବାର ଦିନ ବାମଣ୍ଡା ନିକଟରେ ବାଇକରେ ଥିବା କେତେ ଜଣ ଯୁବକକୁ ଅଟକାଇଥିଲା । ପୁଲିସକୁ ଦେଖି ଯୁବକ ମାନେ ଘଟଣା ସ୍ଥଳରେ ବାଇକ ଛାଡି ପଳାଇଥିଲେ । ପୁଲିସ ବାଇକରେ ଥିବା ଏକ ବସ୍ତାରୁ ୮ଟି ପିତ୍ତଳ ପ୍ରତିମା, ଗୋଟିଏ ରୁପା ପାତ୍ରସହ ଅନ୍ୟ ଚୋରି ସାମଗ୍ରୀ ଜବତ କରିଥିଲା ।ଏହି ଚୋରି ଘଟଣାରେ ଚୋର ମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପରେଶ କୁମାର ଷଢଙ୍ଗୀ ସୁଚନା ଦେଇଛନ୍ତି ।
ବୌଦ୍ଧ: ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଜାପିତ
ବୌଦ୍ଧ; ୨୧/୪ : ସମଗ୍ର ଜିଲ୍ଲାରେ ଦୀର୍ଘ ୧୫ଦିନ ଧରି ବିଭିନ୍ନ ଜନସଚେତନତା କାର୍ଯ୍ୟ କରି ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା ଓ ମାଣ୍ଡିଆକୁ ଦୈନନ୍ଦିନ ପୋଷଣରେ ସାମିଲ କରାଇବା ଲକ୍ଷ୍ୟରେ ଚାଲିଥିବା କାର୍ଯ୍ୟକ୍ରମ ଆଜି ଉଦଜାପିତ ହୋଇଯାଇଛି । ସ୍ଥାନିୟ ଟାଉନହଲ ଠାରେ ଉଦଜାପିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ସରକାରଙ୍କର ମିଲେଟସ୍ ର ଲୋକାଭିମୁଖୀ କରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଉପ ଜିଲ୍ଲାପାଳ କହଁର, ସହକାରୀ ସମାଜ ମଙ୍ଗଳ ଅଧିକାରୀ-ଗୋପାଳ ମଲ୍ଲିକ, ପ୍ରୋଜେକ୍ଟ ଅଫିସର-ଗୀତାଞ୍ଜଳି ପ୍ରଧାନ, କଂଟାମାଳ ସିଡିପିଓ- ଜ୍ୟୋସ୍ନା ପାଢୀ, ବୌଦ୍ଧ ସିଡିପିଓ- ମିନତୀ ଦେଓ, ହରଭଙ୍ଗା ସିଡିପିଓ- ନିରୁପମା ପାଣି ପ୍ରମୁଖ ଅଙ୍ଗନୱାଡି କେନ୍ଦ୍ରକୁ ଜନପ୍ରିୟ କରିବା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଦେଇ ଏକ ଶକ୍ତ ରାଷ୍ଟ୍ର ଗଠନ କରିବା ସଂପର୍କରେ ମତପୋଷଣ କରିଥିଲେ ।
ବୌଦ୍ଧ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶିଷ ମହାନ୍ତି ମଂଚ ପରିଚାଳନା କରିଥିଲେ । ଏହି ପୋଷଣ ପକ୍ଷ ସଂପର୍କରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଳ୍ଲାର ବିଭିନ୍ନ ବ୍ଳକର ଅଙ୍ଗନୱାଡି ମା ମାନଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରି ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଶିଷ ମେହେର, ରୂତୁଞ୍ଜୟ ଛତ୍ର, ସସ୍ମିତା ଦେହୁରୀ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ସୁପରଭାଇଜର ସୌଦାମିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛୋଟ ଛୋଟ ଶିଶୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30