Indus Valley Times

ହାବେଳି ପଡ଼ିଆରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ,ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ

 Breaking News

ହାବେଳି ପଡ଼ିଆରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ,ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ

ହାବେଳି ପଡ଼ିଆରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ,ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ
June 13
20:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୩/୬ : ଆଜି ଅପରାହ୍ନରେ ଓଡ଼ିଶାର ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ଶ୍ରୀଯୁକ୍ତ ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳାରେ ଉଦଘାଟକ ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ ହିତାଧିକାରୀଙ୍କୁ ସଂଯୋଗ କରିବାପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମେଳା ୨ ୦୨୫ ସମ୍ଵନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ମେଳାର ସଫଳତା ଦିଗରେ ସହଯୋଗ ଲୋଡିଥିଲେ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ ଏବଂ ଅବକାରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇଥିଲେ।
ସେହିପରି ହାବେଳି ପଡିଆଠାରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା -୨୦୨୫ ଉଦଘାଟନ କରି ଉଦବୋଧନରେ କହିଲେ ଯେ ରାଜ୍ୟ ସରକାରଙ୍କ ଶାସନର ଏକ ବର୍ଷ ଶାସନ ପୂର୍ତ୍ତିରେ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନା ଲାଗୁ କରି ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ ଅ୨୦୩୬ ଏବଂ ବିକଶିତ ଭାରତ ଅ୨୦୪୭ ପହଞ୍ଚିବାକୁ ଦୃତ ବେଗରେ ଅଗ୍ରସର ହେଉଅଛି ଯାହା ଆଜିର ଏହି ବିକାଶ ମେଳାରେ ଜନସାଧାରଣଙ୍କ ଉପଲବ୍ଧିରୁ ଜଣାଯାଏ।
ସେହିପରି ପୂର୍ବଦ୍ୟୋୟ ଭାରତ ବର୍ଷର ବିକାଶରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ମାନ୍ୟବର ମନ୍ତ୍ରୀ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଓଡ଼ିଆ ଜାତିର ସମ୍ମାନ, ଅସ୍ମିତା ଓ ବିକାଶକୁ ଆଗକୁ ନେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ସରକାରଙ୍କ ଉତ୍ସଵ ପାଳନର ମାନସିକତା ନୁହେଁ।
ସମସ୍ତ ଯୋଜନାର ପରିଭାଷାକୁ ଲୋକଙ୍କ ଭିତରେ ପରିଚୟ କରିବା ମୁଖ୍ୟ ଉଦେଶ୍ୟ ଓ ନିଛକ ପ୍ରଚେଷ୍ଟା । ବିଗତ ଦିନରେ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ବୃଦ୍ଧି ନ ହୋଇଥିବା ବେଳେ ଏକ ବର୍ଷ ବର୍ତ୍ତମାନ ଲୋକଙ୍କ ସରକାରରେ ଚାକିରି ବୟସ ସୀମା ୪୨ କୁ ବୃଦ୍ଧି କରାଯାଇଛି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଦିନରେ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡି ଦେଇ ଚାଷୀଙ୍କ ମେରୁଦଣ୍ଡକୁ ସୁଦୃଢ କରିଛନ୍ତି ।
୨୧ କଥାରୁ ୧୧ ଗୋଟି କଥା ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ସମ୍ବୁଦ୍ଧ ଓ ପ୍ରଗତିଶୀଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଉଦବୋଧନରେ କହିଲେ ଯେ ବର୍ତ୍ତମାନ ଲୋକଙ୍କ ସରକାର ସ୍ଥାପିତ ହେଲା ଯେଉଁଥିରେ ବର୍ଷ ଏକରେ ସଫଳତା ଅନେକ। ଲୋକହିତକର ଯୋଜନାରେ ସରକାର ପ୍ରଥମ ଦିବସରୁ ପ୍ରତ୍ୟେକ ମୂହୁର୍ତ୍ତ ଓ ଘଣ୍ଟାରେ ଚିନ୍ତା କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ଯୋଗାଯୋଗ, ବୃହତ୍ ଶିଳ୍ପ, କ୍ଷୁଦ୍ରଶିଳ୍ପ, ହସ୍ତଶିଳ୍ପ ଓ ବୟନଶିଳ୍ପ, ସହରୀ ସଡ଼କ ଯୋଜନା, ଗଡଖୋର୍ଧା ଭିତ୍ତି ଭୂମି ଅସ୍ମିତାର ବିକାଶ ପ୍ରକଳ୍ପ ସହ ନୂଆ ଖୋର୍ଦ୍ଧା ଜିଲ୍ଲା ଗଠନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିସାରିଥିବା ବେଳେ ସୁଭଦ୍ରା ଲକ୍ଷପତି ଦିଦି ଭଳି ଯୁଗାନ୍ତକାରୀ ଯୋଜନାରେ ସଫଳତା ନାରୀ ସଶକ୍ତି କରଣରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ସ୍ଥଳେ ବିକଶିତ ଓଡ଼ିଶା ଗଠନରେ ଖୋର୍ଦ୍ଧା ଜିଲ୍ଲାର ଅବଦାନ ଚରିତାର୍ଥ କରିବା ବୋଲି ଉଦବୋଧନ ଦେଇଥିଲେ ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ କହିଲେ ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୁଗାନ୍ତକାରୀ ଯୋଜନାରେ ଲୋକଙ୍କୁ ପରିଚିତ କରିବା ସହ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଇ ମୁଖ୍ୟସ୍ରୋତରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆଜି ହେଉଛି ଖୋର୍ଦ୍ଧା ବିକାଶ ମେଳାର ଉଦେଶ୍ୟ ।
ଏହି ମେଳାରେ ଜିଲ୍ଲାବାସୀ ସାମିଲ ହୋଇ ଯୋଜନାର ସୁଫଳ ନେବାକୁ ଆହ୍ଵାନ ଦେବାସହ ଅହମଦାବାଦ ଏବଂ ଲଣ୍ଡନ ଏଆର ଇଣ୍ଡିଆ ଫ୍ଲାଇଟ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, କ୍ରିଷ୍ଣା ଜେନା, ସହକାରୀ କଲେକ୍ଟର, ଦେବବ୍ରତ କର, ଡେପୁଟି କଲେକ୍ଟର ଏବଂ ସିମଲିନ ଚଂପତି, ଆରଆଇ ଏ, ରାଜେଶ କୁମାର ସାମନ୍ତରାୟ,ଶୁଭାଲକ୍ଷ୍ମି ବେହେରା ପୁରସ୍କୃତ ହୋଇଥିଲେ । ବସୁନ୍ଧରା ଯୋଜନାରେ ଶାନ୍ତିଲତା ବେହେରା, ପ୍ରଭାତ କୁମାର ଦାସ, କାଦମ୍ବିନୀ ଦାସ, ମାମା ସ୍ବାଇଁ, ନାଥ ସୁବୁଦ୍ଧି,ଦୁଲାମ ମଙ୍ଗରାଜଙ୍କୁ ନେଇ ରାସନ କାର୍ଡରେ ୧୫ ହିତାଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣରେ ବିବାହ ରାଶି ପ୍ରୋତ୍ସାହନ ପୁଜାରାନୀ ଗୋଛୟତଙ୍କୁ, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଶୁକାନ୍ତ ଦାସ, ବର୍ଦ୍ଧିତ ଭତ୍ତା ମୂରଲୀଧର ବେହେରା, ଶ୍ରବଣ ବାଧିତ ଜିବାଂଶ ବେହେରା, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ସାହୁ, ଶାରୀରିକ ଭିନ୍ନକ୍ଷମ ବିଜୟ ରଞ୍ଜନ ସାହୁ, ଶ୍ରବଣ ବାଧିତ ଛାତ୍ରୀ ଜ୍ୟୋସ୍ନାମୟୀ ସାହୁ, ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୁତିକାଳୀନ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅଣ ସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା,, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟ ବାଦ୍ ପ୍ରଦାନ କରିଥିଲେ। ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930