Indus Valley Times

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

 Breaking News

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

August 25
16:28 2024

ସମ୍ବଲପୁର, ୨୫/୮: ହୀରାକୁଦ ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨ ଲକ୍ଷ ୫୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ହୀରାକୁଦ ଡ୍ୟାମରେ ଗେଟ୍ ଖୋଲାଯିବା ର୍ପୂବରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ଗେଟ୍ ଖୋଲାଯିବା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ।
ସୂଚନାଯୋଗ୍ୟ, ଆଗକୁ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଉପମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାର ସମ୍ଭବନା ରହିଛି। ଯଦି ୨୦ରୁ ଅଧିକ ଗେଟ୍ ଖୋଲେ ତାହା ହେଲେ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031