Indus Valley Times

ହୋଲିରେ ଅଘଟଣ ରୋକିବାକୁ ପୋଲିସ ଓ ଅଗ୍ନିଶମ ବାହନୀର ସୁରକ୍ଷା କଡାକଡି, ୫ଟି ସ୍ଥାନରେ ଜଗିବେ ଗାଧୁଆ ତୁଠ

 Breaking News

ହୋଲିରେ ଅଘଟଣ ରୋକିବାକୁ ପୋଲିସ ଓ ଅଗ୍ନିଶମ ବାହନୀର ସୁରକ୍ଷା କଡାକଡି, ୫ଟି ସ୍ଥାନରେ ଜଗିବେ ଗାଧୁଆ ତୁଠ

ହୋଲିରେ ଅଘଟଣ ରୋକିବାକୁ ପୋଲିସ ଓ ଅଗ୍ନିଶମ ବାହନୀର ସୁରକ୍ଷା କଡାକଡି, ୫ଟି ସ୍ଥାନରେ ଜଗିବେ ଗାଧୁଆ ତୁଠ
March 25
17:31 2024

ଭୁବନେଶ୍ୱର, ୨୫/୩ : ଓଡ଼ିଶା ଅଗ୍ନିଶମ ବାହନୀ ତରଫରୁ ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ। ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ। ତାଙ୍କ ପାଖରେ ଲାଇଫ ଜ୍ୟାକେଟ ରହିବ। ମେସିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରି ଓ ଆମ୍ବୁଲାନ୍ସ ମଧ୍ୟ ରହିବ।
କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ମୁତୟନ ରହିବେ ରେସ୍କ୍ୟୁ ଟିମ୍। ପ୍ରତି ତୁଠରେ ୬ ଜଣ ରେସ୍କ୍ୟୁ ଟିମ୍ ରହିବେ। ପାଞ୍ଚଟି ବିପଦପୂର୍ଣ୍ଣ ତୁଠକୁ ଚିହ୍ନଟ କରିଛି ଅଗ୍ନିଶମ ବାହିନୀ। ନଦୀ, ପୋଖରୀ ଭିତରକୁ ଯିବ ପାଇଁ ବାରଣ କରିବା ସହ ନିଶାସକ୍ତ ଅବସ୍ଥାରେ ପାଣିକୁ ନଯିବାକୁ କୁହାଯାଇଛି।
ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ କହିଛନ୍ତି ଯେ, ହୋଲି ଖେଳିସାରିବା ପରେ ଅଧିକ ପାଣି ଭିତରକୁ ଜାଆନ୍ତୁ ନାହିଁ। ଜଦି ଯାଉଛନ୍ତି ଏକା ନଦୀକୁ ଯାଆନ୍ତୁ ନାହିଁ। ମିସିକି ଦୁଇ ଚାରି ଜଣ ଯାଆନ୍ତୁ। ଗାଧୋଇବା ସମୟରେ ମସ୍ତି କରନ୍ତୁ ନାହିଁ। ଛୋଟ ଛୁଆ ମାନଙ୍କୁ ନଦୀକୁ ପଠାନ୍ତୁନାହିଁ। ଏପରି କରିଲେ ଆମେ ସମସ୍ତେ ହାପି ହୋଲି ପାଳନ କରିପାରିବା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031