Indus Valley Times

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶାହରୁଖ ଖାନ, ବିକ୍ରାନ୍ତ ମାସେ ଶ୍ରେଷ୍ଠ ଅଭିନେତା, ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ, ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

 Breaking News

August 01
21:20 2025

ନୂଆଦିଲ୍ଲୀ,୧/୮: ଘୋଷଣା ହୋଇଛି ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଥିବା ବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ବଲିଉଡ ସିନେମା ଯବାନ ପାଇଁ ଶାହାରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ବିକ୍ରାନ୍ତ ମାସିଙ୍କୁ ୧୨ଗ୍ଧଷ ଫେଲ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ସେହିପରି ରାଣୀ ମୁଖାର୍ଜୀଙ୍କୁ ”ମିସେସ୍ ଚାଟାର୍ଜୀ ଠଝ ନରୱେ\’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି ।
ଅନ୍ୟପଟେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି। ପୁଷ୍କରା ହେଉଛି ତରଙ୍ଗ ସିନେ ପ୍ରଡକସନ୍ସର ଓଡ଼ିଆ ଫିଲ୍ମ ଯାହାର ନିର୍ଦ୍ଦେଶନା ଦେଇଥିଲେ ଶୁଭ୍ରାଂଶୁ ଦାଶ। ଏଥିରେ ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୁପ୍ରିୟା ନାୟକ।
ଭାରତୀୟ ସିନେମାରେ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏକ ବଡ଼ ପ୍ଲାଟଫର୍ମ । ଏହି ସମ୍ମାନଜନକ ପୁରସ୍କାର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ସମ୍ମାନିତ କରିବା ଅବସରରେ ଦିଆଯିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031