Indus Valley Times

୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ, ୫ ଦିନ ଯାଏ ଅସମ୍ଭାଳ ତାତି

 Breaking News

୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ, ୫ ଦିନ ଯାଏ ଅସମ୍ଭାଳ ତାତି

୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ, ୫ ଦିନ ଯାଏ ଅସମ୍ଭାଳ ତାତି
May 19
10:52 2023

ଭୁବନେଶ୍ୱର,୧୯/୫: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ । ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩.୯, ଝାରସୁଗୁଡ଼ା ୪୩.୯, ହୀରାକୁଦ ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୫, ରାଉରକେଲା ୪୩.୫, ବରଗଡ଼ ୪୩.୫, ସୁନ୍ଦରଗଡ଼ ୪୨.୧, ବୌଦ୍ଧ ୪୨.୦, ଭବାନୀପାଟଣା ୪୨.୦, ଦେବଗଡ଼ ୪୨, ଅନୁଗୋଳ ୪୧.୭, ମାଲକାନଗିରି ୪୧.୦, ଭଦ୍ରକ ୪୧, ଚାନ୍ଦବାଲି ୪୦.୪, ନୟାଗଡ଼ ୪୦.୨, ଫୁଲବାଣୀ ୪୦.୧, ଟିଟିଲାଗଡ଼ ୪୦ ଏବଂ ଯାଜପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳରେ ସର୍ବାଧିକ ୩୮.୬ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨, କେନ୍ଦ୍ରାପଡ଼ାରେ ୩୮, ବାଲେଶ୍ୱରରେ ୩୭.୬, ନବରଙ୍ଗପୁରରେ ୩୭.୬, କଟକରେ ୩୭.୫, କୋରାପୁଟରେ ୩୭.୫, ରାୟଗଡ଼ାରେ ୩୭.୨, କେନ୍ଦୁଝରରେ ୩୭, ପାରଳାଖେମୁଣ୍ଡିରେ ୩୭.୦, ଖୋର୍ଦ୍ଧାରେ ୩୬.୫, ଦାରିଙ୍ଗବାଡ଼ିରେ ୩୬.୫, ବାରିପଦାରେ ୩୫.୬, ପୁରୀରେ ୩୪.୮, ପାରାଦୀପରେ ୩୪.୩, ଛତ୍ରପୁରରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ଅସମ୍ଭାଳ କରିବ ଖରା। ୨୨ ତାରିଖ ପର‌୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।
ପ୍ରଚଣ୍ଡ ଗୁଳୁଗୁଳି ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାରେ କାଳବୈଶାଖୀଜନିତ ଝଡବର୍ଷା ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031