Legatus

୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ, ଚୀନ୍ ନାଗରିକଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

 Breaking News

୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ, ଚୀନ୍ ନାଗରିକଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

July 24
17:28 2023

ଭୁବନେଶ୍ୱର,୨୪/୭: ଫେରାର ଚାଇନିଜ ଅଭିଯୁକ୍ତ ବିରୋଧରେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଲୁକ ଆଉଟ ସରକୁଲାର ଜାରି କରିଛି । ଫେରାର ଥିବା ଅଭିଯୁକ୍ତ ହେଉଛି ଗୁଆନହ୍ୱନ୍ ୱାଙ୍ଗ । ପ୍ୟାନ୍ ଇଣ୍ଡିଆ ଅନଲାଇନ ପୁଞ୍ଜି ସ୍କାମ ଜରିଆରେ ୧୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୁକ୍ତର ବୟସ ୪୦ ବର୍ଷ ହୋଇଥିବାବେଳେ ଘର ଚୀନର ହାଙ୍ଗଝୋଉ ବୋଲି ଜଣାପଡିଛି ।
ଉକ୍ତ ଅଭିଯୁକ୍ତ ବେଟେକ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା କରିଥିଲା । ୨୦୧୯ ରୁ ୨୦୨୦ ଭିତରେ ଉକ୍ତ ଅଭିଯୁକ୍ତ ୬ଥର ଭାରତ ଆସିଥିଲା । ତା ପର ଠାରୁ ଚାଇନାରେ ରହି ଭାରତରେ ଥିବା ବିଭିନ୍ନ ଜାଲି ସଂସ୍ଥା ସହ ଯୋଗାଯୋଗ କରି ସ୍କାମ କରିଥିଲା । ଅନେକ ଲୋକ ଠକାମୀର ଶିକାର ହୋଇଥିବାବେଳେ ଏବେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୭୦ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31