Indus Valley Times

୨୦ରୁ କମ୍ ପିଲା ଥିଲେ ଖୋଲିବ ନାହିଁ ସ୍କୁଲ

 Breaking News

୨୦ରୁ କମ୍ ପିଲା ଥିଲେ ଖୋଲିବ ନାହିଁ ସ୍କୁଲ

୨୦ରୁ କମ୍ ପିଲା ଥିଲେ ଖୋଲିବ ନାହିଁ ସ୍କୁଲ
November 28
13:12 2025

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର‌୍ୟ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ଯେଉଁ ସରକାର ଥିଲା, ସେମାନେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନେକ ବିଦ୍ୟାଳୟକୁ ବନ୍ଦ କରି ଦେଇଥିଲେ। ମାତ୍ର, ବର୍ତ୍ତମାନର ସରକାର ଗଠନ ହେବା ପରେ ସେହିଭଳି ବନ୍ଦ ହୋଇଯାଇଥିବା ୪୬ଟି ସ୍କୁଲ୍‌କୁ ପୁଣି ଖୋଲି ସାରିଲେଣି।
ବିଦ୍ୟାଳୟ ଖୋଲିବା ନୀତି ବିଷୟରେ ମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ କମିଟି ଠାରୁ ନିବେଦନ ଆସିବା ପରେ ରାଜ୍ୟ ସରକାର ସେହି ନିବେଦନଗୁଡ଼ିକୁ ବିଚାର କରି ବିଦ୍ୟାଳୟ ଖୋଲିବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍ ଖୋଲିବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31