Indus Valley Times

୨୧ ପରିବର୍ତ୍ତେ ୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା କରିବାକୁ ଦାବି

 Breaking News

୨୧ ପରିବର୍ତ୍ତେ ୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା କରିବାକୁ ଦାବି

୨୧ ପରିବର୍ତ୍ତେ ୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା କରିବାକୁ ଦାବି
October 15
12:23 2025

ପୁରୀ , ୧୫/୧୦ : ଦୀପାବଳି ପାଳନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ କରିବାକୁ କହିଛି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି ।
ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ରହିଥିଲା । ଏ ନେଇ ଆଜି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ପାଦକଙ୍କଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।
ପଣ୍ଡିତ ମହାସଭା ଅନୁଯାୟୀ, ୨୦ ତାରିଖ ରବିବାର ଅପରାହ୍ନ ୩ଟା ୨୩ ମିନିଟ୍ ଠାରୁ ଅମାବାସ୍ୟା ଆରମ୍ଭ ହେଉଛି । ପରଦିନ ଅର୍ଥାତ୍ ୨୧ ତାରିଖରେ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି ଏବଂ ସନ୍ଧ୍ୟା ଆସୁ ନାହିଁ ।
ତେଣୁ ୨୦ ତାରିଖରେ ପୟା ଶ୍ରାଦ୍ଧ ଏବଂ ଦୀପାବଳି ପାଳନ ହେବ । ୨୧ ତାରିଖରେ ଦୀପାବଳି ପାଳନ ଶାସ୍ତ୍ର ବିରୋଧୀ । ଏହା ସହିତ ୨୦ରେ ସରକାରୀ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ପଣ୍ଡିତ ମହାସଭା ।
ଅନ୍ୟପକ୍ଷରେ ସାରା ଦେଶରେ ୨୦ ତାରିଖରେ ଦୀପାବଳି ଓ ଲକ୍ଷ୍ମୀ ପୂଜନ ପାଳନ ହେବ । ସେହିପରି ଅକ୍ଟୋବର ୧୮ରେ ଧନତେରସ ଏବଂ ୧୯ରେ ଛୋଟି ଦୀପାବଳି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031