Indus Valley Times

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି : ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

 Breaking News

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି : ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି : ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ
February 13
18:13 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ , ୧୩/୨: ସମସ୍ତଙ୍କୁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରୀବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି।
ତେବେ ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଉଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ଏହା ଉପରେ ଗୁରୁତ୍ୱ ଦେଇ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଶେଷ କରି ସରକାରୀ ଚାକିରିଆ ଏବଂ ଆୟକର ଦେଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୂଦାୟ ୧, ୭୪, ୪୯୩ କାର୍ଡଧାରୀ ସାମିଲ ଅଛନ୍ତି। ମୋଟ୍ ୬, ୩୬, ୨୩୮ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି। ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୮୭୫ କାର୍ଡଧାରୀ ଥିବାବେଳେ ଏଥିରେ ୬୬୨୮ ହିତାଧିକାରୀ ସାମିଲ ଅଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଏଚଆରଏମଏସ ତଥ୍ୟ ଆଧାରରେ ଏମାନଙ୍କ ମଧ୍ୟରେ ସମୂଦାୟ ୧୭୭୭ ଚାକିରିଆ ଥିବା ଜଣାପଡ଼ିଛି। ସେହିଭଳି ହିତାଧିକାରୀଙ୍କ ମଧ୍ୟରେ ୭୬୩ ଜଣ ଆୟକରଦାତା ଥିବା ମଧ୍ୟ ଜଣାପଡ଼ିଛି।
ଏମାନଙ୍କ କାର୍ଡ ବାତିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦୯ ଜଣ ଚାକିରିଆ ଓ ୪୬ ଜଣ ଆୟକରଦାତାଙ୍କ କାର୍ଡ ବାତିଲ ହୋଇସାରିଛି। ଅନ୍ୟମାନଙ୍କ ପ୍ରକୃତ ସ୍ଥିତି ନେଇ ଅନୁଧ୍ୟାନ ଚାଲିଥିବା ଏବଂ ଅଯୋଗ୍ୟତା ପ୍ରମାଣିତ ହେଲେ ସେମାନଙ୍କ କାର୍ଡ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର। ରାଇକିଆ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନେକ ସରକାରୀ କର୍ମଚାରୀ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି।
ଅପରପକ୍ଷରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଏବେ ଇ-କେୱାଇସି ଅପଡେଟ ଆରମ୍ଭ ହେବାପରେ କାର୍ଡ ହାତେଇଥିବା ୨୨ରୁ ଊର୍ଦ୍ଧ୍ବ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ କେବଳ ଅଧିକ ଦରମା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ଫେରସ୍ତ ରଖାଯାଇଛି।
ଯୋଗ୍ୟ ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇପାରିବେ ବୋଲି କହିଛନ୍ତି। ଜିଲ୍ଲାର ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ ହେଲେ ପ୍ରାୟ ୭ ହଜାର ହିତାଧିକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ଅନୁମାନ କରାଯାଉଛି।
ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ
ବାଲିଗୁଡା, ତା, ୧୩/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ କେବଳ ଭିର୍ତ୍ତି ଭୂମି ନୁହେଁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ ,ପୋଷାକ ଓ ସେମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କ ରେ ଏକ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହା ସହ ନୂଆ ହଷ୍ଟେଲ ନିର୍ମାଣ , ହଷ୍ଟେଲ ର ପୁନଃ ନିର୍ମାଣ ,ପାନୀୟ ଜଳ ସମସ୍ୟା ଦୂର କରିବା ଭଳି ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରଯାଇଥିଲା ।
ସମୂନୀତ ଆଦିବାସୀ ଉନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ , ଉମେଶ ଚନ୍ଦ୍ର ପ୍ରଧାନ , ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ବେହେରା , ସହକାରୀ ଯନ୍ତ୍ରୀ କବିରାଜ ବେହେରା ,ପବିତ୍ର ସାହୁ ,ବୁଦ୍ଧି ରାମ ମୁର୍ମୁ ଙ୍କ ସମେତ ସମସ୍ତ ବ୍ଲକ ର ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା, ଦୀପକ କୁମାର ସିଂ, ଉର୍ମିଳା ପ୍ରଧାନ , ରୋଷାଳିନୀ ନାୟକ , ଆୟୁସୀ ପ୍ରଧାନ , ଦୀପକ କୁମାର କୁଆଁର ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି ଯେ, ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକର ଭିର୍ତ୍ତିଭୂମି କୁ ସୁଦୃଢ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହ ଖାଦ୍ୟ ପ୍ରଦାନ , ସ୍ଵଚ୍ଛତା ପରିବେଶ ,ପାଣି ସମସ୍ୟା ଦୂର , ସମେତ ଭିତ୍ତି ଭୂମି ଉପରେ ଗୁରୁତ୍ଵ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930