Indus Valley Times

୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ଜାମଦା ତହସିଲଦାର ସସ୍ମିତା ସିଂ ଗିରଫ

 Breaking News

୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ଜାମଦା ତହସିଲଦାର ସସ୍ମିତା ସିଂ ଗିରଫ

୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ଜାମଦା ତହସିଲଦାର ସସ୍ମିତା ସିଂ ଗିରଫ
September 02
17:06 2025

ମୟୂରଭଞ୍ଜଜିଲ୍ଲା , ୨/୯ : ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି।
ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା।
ଏହି ଘଟଣା ପରେ ଇଓଡବ୍ଲ୍ୟୁ ପୁଣିଥରେ ଶ୍ରୀ ପ୍ରଧାନଙ୍କୁ ପଚରାଉଚରା କରିବାକୁ ଡକାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ନିର୍ଦ୍ଧିଷ୍ଟ କେତେ ତାରିଖ ସୁଦ୍ଧା ହାଜର ହେବାକୁ ଶ୍ରୀ ପ୍ରଧାନଙ୍କୁ ଡକରା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।
ଶ୍ରୀ ପ୍ରଧାନ କାର୍ଯ୍ୟରେ ଯୋଗ ଦେବା ବେଳକୁ କ୍ୟାସବୁକ କେଉଁଠି ଥିଲା, ଟଙ୍କା ପେମେଣ୍ଟ ସମୟରେ ସେ କେଉଁସବୁ ଦସ୍ତାବିଜ୍ ଦେଖିଥିଲେ ସେ ତମାମ୍ ଦିଗ ଉପରେ ଏବେ ପୁଣି ତଦନ୍ତ ହୋଇପାରେ। ସେପଟେ, ଏହି ଦୁର୍ନୀତି ଘଟଣାରେ କେବଳ ଯେ ଟ୍ରେଜେରି ବିଭାଗ ନୁହେଁ ବରଂ ଟ୍ରେଜେରି ନିର୍ଦ୍ଦେଶାଳୟ, ଡୁଡ଼ା(ଜିଲ୍ଲା ସହରୀ ବିକାଶ ସଂସ୍ଥା) ବିଭାଗ ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ମ୍ୟୁନିସିପାଲଟିର ବିଲ୍‌, ପାଣ୍ଠି ଓ କାମ ସମ୍ପର୍କୀତ ମାଳମାଳ ସମୀକ୍ଷା ବୈଠକ ହେଉଥିବା ବେଳେ କିଭଳି ଏତେ ବଡ଼ ଦୁର୍ନୀତି ଅଧିକାରୀଙ୍କ ନଜରରୁ ଖସିଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ମଧୁସ୍ମିତା ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ବେଳେ ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା। ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସହୁକୁ ଗିରଫ କରିଥିଲେ। ଗତ ୨୭ ତାରିଖରେ ମାମଲା ଇଓଡବ୍ଲୁ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ସୁଶ୍ରୀ ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930