Indus Valley Times

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ାର ଦୁଇ ଛାତ୍ରୀଙ୍କ କୃତିତ୍ୱ

 Breaking News

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ାର ଦୁଇ ଛାତ୍ରୀଙ୍କ କୃତିତ୍ୱ

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ାର ଦୁଇ ଛାତ୍ରୀଙ୍କ କୃତିତ୍ୱ
October 18
18:48 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୧୦: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ୪୬ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଚେସ ପ୍ରତିଯୋଗିତାରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଦୁଇ ଛାତ୍ରୀ କୃତିତ୍ୱ ହାସଲ କରି ଫେରିଛନ୍ତି।
ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା ଙ୍କ ନେତୃତ୍ୱରେ ଏଠାରୁ ଯାଇଥିବା ଯୁକ୍ତ ତିନି କଳା ଶେଷ ବର୍ଷର ଛାତ୍ରୀ ନିର୍ମିତା ପ୍ରଧାନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାବେଳେ ଯୁକ୍ତତିନି କଳା ବିଭାଗର ଶେଷ ବର୍ଷ ଛାତ୍ରୀ ରେଶମା ରାଣୀ ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଉକ୍ତ ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉଭୟ ଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି।
ମାଓବାଦୀଙ୍କ ଘରବାହୁଡା଼ ସହ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟର ଜାରିକଲା ଓଡ଼ିଶା ପୋଲିସ

ବାଲିଗୁଡା, ୧୮/୧୦ : ପୁଲିସର ସମସ୍ତ ପ୍ରୟାସ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇପାରି ନାହିଁ। ମଝିରେ ମଝିରେ ମାଓବାଦୀଙ୍କ ତରଫରୁ ବିଭିନ୍ନ ଘଟଣା ଘଟୁଛି। ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବାବେଳେ ଅନେକ କ୍ୟାଡର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଜିଲ୍ଲା ପୁଲିସ ସହିତ ସିଆର୍‌ପିଏଫ୍ ଏବଂ ବିଏସ୍ଏଫ୍ ମଧ୍ୟ ମାଓ ବିରୋଧୀ ଅଭିଯାନରେ ସାମିଲ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।
ଏଭଳି ସ୍ଥିତିରେ ମାଓ ବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦିଆଯାଇଛି।
ମାଓବାଦୀ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୋବାଇଲ ନମ୍ବର ୯୪୩୭୬୪୩୮୩୯ ଜାରୀ କରିଛି ଓଡିଶା ପୋଲିସ ।
ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସଚେତନତା ପୋଷ୍ଟର ଲଗାଯାଇଛି।
ଓଡ଼ିଆ ସ‌ହିତ ଆଦିବାସୀ ଭାଷାରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି। ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଫଟୋ ମଧ୍ୟ ରହିଛି ।
ମୁଖ୍ୟସ୍ରୋତକୁ ଫେରିଲେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ଓ ସୁବିଧା ସୁଯୋଗ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି।
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳ ର ସୁବର୍ଣ୍ଣଗିରି, ଓରା, ସିନ୍ଧିଗୁଡା, ରଢ଼ିଗୁମା, ଦୁର୍ଗାପଙ୍ଗା ସମେତ ତୁମୁଡିବନ୍ଧ ଥାନା ଅଞ୍ଚଳ ସିର୍ଲା, ଟେକଲାମିଲା ଭଳି ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରୀ ହୋଇଥିବା ଦେଖିବାକୁ ମିଳିଛି ।
ଏଥି ସହ ବାଲିଗୁଡା ଥାନା ଗଙ୍ଗେରୀ, କାମେଳିକିଆ ଛକ, ବାରଖମା, ମିଡିଆକିଆ ସମେତ କ.ନୂଆଗାଁ, ଦାରିଙ୍ଗିବାଡ଼ି, ରାଇକିଆ, ଜି.ଉଦୟଗିଶି ଭଳି ବିଭିନ୍ନ ଥାନା ଅଂଚଳରେ ଶତାଧିକ ପୋଷ୍ଟର ଜାରୀ କରିଛି ଓଡିଶା ପୋଲିସ ।
ସରକାରଙ୍କ ମାଓ ବିରୋଧୀ ଅଭିଯନର ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟ ଆରକ୍ଷୀ ଅଧିକ୍ଷକ ହରିଶ ବିସି ପ୍ରକାଶ କରିଛନ୍ତି।
ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ରେ ଅଜଣା ବ୍ୟକ୍ତି ଙ୍କ ପ୍ରବେଶ : ଥାନାରେ ପହଁଚିଲେ ଶତାଧିକ ମହିଳା ପୁରୁଷ
ବାଲିଗୁଡା, ୧୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଆସି ଆଧାର କାର୍ଡ ସହ ଯାବତୀୟ ପ୍ରମାଣପତ୍ର ସଂଗ୍ରହ କରି ଉଠାଇନେବା ପରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଖବର ପାଇବା ପରେ ଶୁକ୍ରବାର କୋଟଗଡ ଥାନାକୁ ଉକ୍ତ ମାଓ ପ୍ରବଣ ଅଞ୍ଚଳର ଶତାଧିକ ମହିଳା ପୁରୁଷ ନିଜର ସୁରକ୍ଷା ପାଇଁ ପୋଲିସ ର ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ଉକ୍ତ ବ୍ଲକ ର ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଦୁର୍ଗାପଙ୍ଗା ପଞ୍ଚାୟତ ର ଡ଼ିମିଲି, ବାଡ଼ିପଙ୍ଗା, ମେରାଗୁଡ଼ି, ଡେଙ୍ଗୁଡ଼ିପଦର, ଭାଲୁଗୁଡା, ସୁକେରପଦର, ଲିଡରାଙ୍ଗ, ସିନ୍ଧେବାଲି, କାଣିବାରୁ, ପାଇରମାଲା, ବନ୍ଦ୍ରାସଲା, ବଲାମପଙ୍ଗା, ବୁଦୃଙ୍ଗ ଅଂଚଳର ଶତାଧିକ ମହିଳା ପୁରୁଷ ଆସି ସମଗ୍ର ଥାନା ଅଞ୍ଚଳ କୁ ଘେରିଥିଲେ । ଘଟଣା ରୁ ପ୍ରକାଶ ଯେ, ଉକ୍ତ ମାଓ ପ୍ରବଣ ଅଞ୍ଚଳ ରେ କେହି ଦୁଇ ଜଣଙ୍କୁ ପୁଲିସ ଉଠାଇଛି ଆଉ ଆଗକୁ ଯେଉଁ ମାନଙ୍କ ର ନା ତାଲିକାରେ ଅଛି ସେମାନଙ୍କୁ ମଧ୍ୟ ଉଠାଇ ନିଆଯିବ ବୋଲି ଉକ୍ତ ଅଜଣା କିଛି ବ୍ୟକ୍ତି କହୁଥିବା ବେଳେ ଭୟରେ ଗାଁ ଗଣ୍ଡା ଛାଡି କୋଟଗଡ ଥାନାକୁ ସୁରକ୍ଷା ମାଗିବାକୁ ଆସିଥିବା ବିଷୟ ଅଞ୍ଚଳ ର କୁଇସାମଜ ସଭାପତି ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।
ଖବର ପାଇବା ପରେ ଉକ୍ତ ଘଟଣାକୁ ଶାନ୍ତ କରିବାକୁ ବାଲିଗୁଡା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କଠୁ ସବୁ ଶୁଣିବା ପରେ ସୁରକ୍ଷା ଦିଗରେ ପୁଲିସ କାମ କରୁଥିବାରୁ କୌଣସି ଭୟଭୀତ ନ ହେବାକୁ କହିଥିଲେ ।
ତେବେ ଏପଟେ କୋଟଗଡ, ତୁମୁଡିବନ୍ଧ ଥାନାର କିଛି ଛକରେ ଛତିଶଗଡ ଭାଷାରେ ଲେଖା ଥିବା ପୋଷ୍ଟର ଦେଖିବାକୁ ମିଳିଚ୍ଛି । ସେଥିରେ ଓଡିଶା ପୁଲିସ ତରଫରୁ ପୋଷ୍ଟର ଜାରି ହୋଇଥିବା ଲେଖା ହୋଇଥିବା ବେଳେ କିଛି ମାଓବାଦୀଙ୍କ ଫୋଟୋ ଜାରି ହୋଇଥିବାରୁ ସାଧାରଣରେ ନାନା କଳ୍ପନା ଜଳ୍ପନା ଲାଗିରହିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930