Legatus

୬ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ; ବିସ୍ଫୋରକ ଜବତ

 Breaking News

୬ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ; ବିସ୍ଫୋରକ ଜବତ

୬ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ; ବିସ୍ଫୋରକ ଜବତ
April 08
10:23 2024

ମାଲକାନଗିରି, ୮/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି।
ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରା ଚରା କରିବା ସମୟରେ ସେମାନଙ୍କ ଠାରୁ ମାଓ ସାମଗ୍ରୀ ଜବତ କରିଛି। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି। ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930