Indus Valley Times

୭ ଦିନ ପରେ ମିଳିଲା ଡେଲାଙ୍ଗ ଆଶୀର୍ବାଦର ମୃତଦେହ, ନାବାଳକକୁ ହତ୍ୟା ସନ୍ଦେହ

 Breaking News

୭ ଦିନ ପରେ ମିଳିଲା ଡେଲାଙ୍ଗ ଆଶୀର୍ବାଦର ମୃତଦେହ, ନାବାଳକକୁ ହତ୍ୟା ସନ୍ଦେହ

April 21
08:48 2025

ଡେଲାଙ୍ଗ,୨୧/୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ଉତ୍ତ୍ୟେକ୍ତ ଲୋକମାନେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ପୂର୍ବ ଶତ୍ରୁତାରୁ ଦାଦା ଏପରି କାଣ୍ଡ ଭିଆଇଥିବା କୁହାଯାଉଥିବାବେଳେ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ।
ସୂଚନାଯୋଗ୍ୟ, ପୁରୀ ଡେଲାଙ୍ଗ ବ୍ଲକ୍ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆଶୀର୍ବାଦ। ଗତ ୧୫ ତାରିଖ ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପରଦିନ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ। ପୁରୀ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସିବା ପରେ ଆନ୍ଦୋଳନ ହଟିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031