Indus Valley Times

ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ, କହିଲେ ସରେଣ୍ଡର କର

 Breaking News

ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ, କହିଲେ ସରେଣ୍ଡର କର

ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ, କହିଲେ ସରେଣ୍ଡର କର
January 22
20:27 2025

ଭୁବନେଶ୍ୱର, ୨୨/୧ : ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦିଆଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ଇ-କେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି ।
ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ ।
ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯେଉଁଦିନଠାରୁ ରାସନକାର୍ଡ ନେଇଥିବେ ସେହିଦିନଠାରୁ ଫାଇନ୍ କରି ଆଦାୟ କରାଯିବ ଏବଂ ହିସାବ କରି ସବୁ କାର୍ଡକୁ ରିକଭର କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031