Indus Valley Times

ଆକାଶରୁ ଖସୁଛି ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୫ ଜୀବନ

 Breaking News

ଆକାଶରୁ ଖସୁଛି ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୫ ଜୀବନ

ଆକାଶରୁ ଖସୁଛି ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୫ ଜୀବନ
August 17
18:48 2024

ବେତନଟୀସଦର/ଭଦ୍ରକ/କେନ୍ଦୁଝର/ଭୁବ‌ନ, ୧୭/୮ : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ ବଜ୍ରାଘାତ ହୋଇଛି। ବଜ୍ରାଘାତରେ ଚାଷୀ ଦଂପତି ଓ ନାବାଳକ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ଲଛମନ ମୁର୍ମୁ (୪୫), ତାଙ୍କ ପତ୍ନୀ ଶାକର ମୁର୍ମୁ(୩୫), ହରିହର ବେହେରା (୬୧), ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳକ।
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ମେର୍ଦ୍ଦା ପଞ୍ଚାୟତର ସିଙ୍ଗାରପୁର ଗ୍ରାମର ଲଛମନ ଓ ତାଙ୍କ ସ୍ତ୍ରୀ ଶାକର ନିଜର ବିଲରେ ତଳି ରୋଉଥିବା ବେଳେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିବାରୁ ସମସ୍ତେ ତରତର ହୋଇ ଘରକୁ ଫେରୁଥିଲେ।
ତେବେ ଦମ୍ପତି ଦ୍ବୟ ବିଲରେ କାମ ଜାରି ରଖିଥିଲେ। ଫଳରେ ଏକ ଭୟଙ୍କର ବଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାଳୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନାକ୍ରମେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930