Indus Valley Times

ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା: ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ

 Breaking News

ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା: ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ

ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା: ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ
October 24
22:54 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୪/୧୦ : ଆଗାମୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ାଇଛନ୍ତି।
ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ଏବଂ ପ୍ରଶାସନିକ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ତାଙ୍କ ଅଧିନରେ ଥିବା ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ କରିବା ସହ ତୁରନ୍ତ ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ଚିଠି ରେ ଉଲ୍ଲେଖ ରହିଛି।
ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ପେନ୍‌ସନ୍ ଅଭିଯୋଗ (ପି.ଜି.) ବିଭାଗ ପକ୍ଷରୁ ଏନେଇ କନ୍ଧମାଳ ଜିଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଜାରି କରାଯାଇଥିବା ସୂଚନା ମିଳିଛି। ସରକାରଙ୍କ ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ଜାରି ଏହି ଚିଠି ନଂ.୩୩୬୧୫/ ୨୪.୧୦.୨୬ ପ୍ରକାରେ ଆଗାମୀ ବାତ୍ୟାକୁ ଗୁରୁତ୍ୱର ସହ ନେଇ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ ଉଲ୍ଲେଖ ରହିଛି। ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଜରୁରୀ ସେବାର ପରିଚାଳନା ଏବଂ ସମ୍ଭାବ୍ୟ ବିପର‌୍ୟ୍ୟୟର ମୁକାବିଲା ଲାଗି ପ୍ରଶାସନକୁ ସଜାଗ ରହିବା ଆବଶ୍ୟକ।
ଏଥିପାଇଁ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀ ମା
ନେ ଯଥାଶୀଘ୍ର ମୁଖ୍ୟାଳୟକୁ ଫେରି ଦାୟିତ୍ୱ ଗ୍ରହଣ କରିବା ସହ ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ ଆଗାମୀ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି ।
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
ବାଲିଗୁଡ଼ା, ୨୪/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ପ୍ରଶାସନିକ ଦାୟିତ୍ୱରେ ନୂଆ ବ୍ୟବସ୍ଥା। ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ବିଭାଗର ଚିଠି ନମ୍ବର ୨୯୪୦୩ ଅନୁଯାୟୀ, ପ୍ରଣିତା ଦାଶ ନିଜର ନିୟମିତ ଦାୟିତ୍ୱ ସହିତ ବାଲିଗୁଡ଼ା ଏନ୍‌ଏସିର ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବେ।
ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଅନ୍ୟପକ୍ଷରେ, ଏନ୍‌ଏସିରେ ବର୍ତ୍ତମାନ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଜର କାର୍ଯ୍ୟ ଜାରି ରଖିବେ।
ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆ ଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ଦାୟିତ୍ୱ ବଣ୍ଟନ ପରେ ବାଲିଗୁଡ଼ା ଏନ୍‌ଏସିର ପୌର ପ୍ରଶାସନିକ କାର୍ଯ୍ୟ କିଭଳି ଆଗକୁ ବଢ଼ିବ, ତାହା ଉପରେ ଏବେ ସ୍ଥାନୀୟ ମହଲର ନଜର ରହିଛି।
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା
ବାଲିଗୁଡ଼ା, ୨୪/୧୦: ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନପ୍ରସାଦ ଯୋଗାଇଦେବା ପାଇଁ ବାଲିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ମନ୍ଦିର ପରିସରରେ ଭକ୍ତମାନେ ନିର୍ଦ୍ଧାରିତ ଦେୟ ଦେଇ ଭୋଗପ୍ରସାଦ ସଂଗ୍ରହ କରିପାରିବେ। ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ, ପ୍ରତି ଅନ୍ନପ୍ରସାଦ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଖିରି ଓ କାକରା ଭୋଗ ପ୍ରସାଦ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ। ଭକ୍ତମାନେ ଯେଉଁ ଦିନ ପ୍ରସାଦ ନେବାକୁ ଚାହିଁବେ, ସେହିଦିନ ସକାଳ ୯ଟା ପୂର୍ବରୁ ଦେୟ ଜମା କରି ଟିକଟ ସଂଗ୍ରହ କରିବାକୁ ହେବ।
ଏଥିସହ ଇଚ୍ଛୁକ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ପାଇଁ ମଧ୍ୟ ଏକକାଳୀନ ଟିକଟ କାଟିପାରିବେ। ପ୍ରତିଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରସାଦ ବଣ୍ଟନ କରାଯିବ। ଭକ୍ତମାନେ ମନ୍ଦିର ପରିସରରେ ବସି ପ୍ରସାଦ ସେବନ କରିବା ସହ ନିଜ ସୁବିଧା ଅନୁଯାୟୀ ସାଙ୍ଗରେ ମଧ୍ୟ ନେଇପାରିବେ।
ଏହି ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କ ସହ ଯୋଗାଯୋଗ କରିପାରିବେ। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ନପ୍ରସାଦ ସେବନର ସୁଯୋଗ ପାଇବାକୁ ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031