Indus Valley Times

ଆଜିଠୁ ପ୍ରବଳ ବର୍ଷା, ବଜ୍ରପାତ ସହ ବହିବ ଝଟ୍‌କା ପବନ, ୯ଜିଲ୍ଲାକୁ ୟେଲୋ ଆଲର୍ଟ

 Breaking News

ଆଜିଠୁ ପ୍ରବଳ ବର୍ଷା, ବଜ୍ରପାତ ସହ ବହିବ ଝଟ୍‌କା ପବନ, ୯ଜିଲ୍ଲାକୁ ୟେଲୋ ଆଲର୍ଟ

ଆଜିଠୁ ପ୍ରବଳ ବର୍ଷା, ବଜ୍ରପାତ ସହ ବହିବ ଝଟ୍‌କା ପବନ, ୯ଜିଲ୍ଲାକୁ ୟେଲୋ ଆଲର୍ଟ
June 25
11:20 2025

ଭୁବନେଶ୍ୱର, ୨୫/୬ : ଆଜିଠୁ ରାଜ୍ୟର ବଢିବ ବର୍ଷାର ପରିମାଣ। ଏପରିକି ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି। ତେବେ ଆଜିଠାରୁ ୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି।ସେହିପରି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ତେବେ ଆଜି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପରିକି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ୯ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହୁଛି ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି। ଏହାସହିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31