Indus Valley Times

ଆଜିଠୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ଆବେଦନ ଫର୍ମ ପୂରଣ ଓ ଦାଖଲ ସଂପୂର୍ଣ୍ଣ ଦେୟମୁକ୍ତ

 Breaking News

ଆଜିଠୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ଆବେଦନ ଫର୍ମ ପୂରଣ ଓ ଦାଖଲ ସଂପୂର୍ଣ୍ଣ ଦେୟମୁକ୍ତ

ଆଜିଠୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ, ଆବେଦନ ଫର୍ମ ପୂରଣ ଓ ଦାଖଲ ସଂପୂର୍ଣ୍ଣ ଦେୟମୁକ୍ତ
September 01
10:24 2024

ଓଡ଼ିଶା, ୧/୯: ‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ;। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଗତକାଲି ସୋଶାଲ୍ ମିଡ଼ିଆରେ ଲାଇଭରେ ଆସି ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହୋଇଥିବାବେଳେ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ।
ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ।
ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ବୋଲି ଲାଇଭରେ ଆସି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ। ଏହା ସହ ଆଧାର କାର୍ଡ ସହିତ ନିଜର କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ଜରୁରୀ। ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031