Indus Valley Times

ଆରମ୍ଭ ହେଲା କୁକୁର ଗଣନା, ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌

 Breaking News

ଆରମ୍ଭ ହେଲା କୁକୁର ଗଣନା, ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌

ଆରମ୍ଭ ହେଲା କୁକୁର ଗଣନା, ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌
September 18
11:01 2025

ଭୁବନେଶ୍ୱର, ୧୮/୯ : ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁକୁର ଗଣନା ଆରମ୍ଭ ହୋଇଛି । ଭୋର୍ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା ଗଣନା କାର୍ଯ୍ୟ । ୬୭ଟି ୱାର୍ଡରେ କୁକୁର ଗଣନା ଆରମ୍ଭ ହୋଇଥିବାବେଳେ ୪୧୦ ଜଣ ନିୟୋଜିତ ଅଛନ୍ତି ।
ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବା ସହ ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ, ୨ୟ ପର୍ଯ୍ୟାୟରେ ଗଣନା ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
୪୧୦ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନା ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟା ଜାଣିବା ସହିତ ସେମାନଙ୍କର ଭ୍ୟାକସିନେସନ ହୋଇଛି କି ନାହିଁ ତାହା ଜଣାପଡିବ । ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ସହ ବୁଲା କୁକୁର ମଣିଷକୁ ଯେଉଁଭଳି ଆକ୍ରମଣ କରୁଛନ୍ତି ତାହା ମଧ୍ୟ ହ୍ରାସ ହୋଇପାରିବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31