Indus Valley Times

ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା

 Breaking News

ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା

ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା
March 01
08:12 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧/୩ : ବଲାଙ୍ଗିର ସଦରମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା।ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଏହି ମେଳାର ଉଦଘାଟନ କରିଥିଲେ।
ସାତ ଦିନ ବ୍ୟାପି ହେବାକୁ ଥିବା ଏହି ମେଳାରେ ୧୫୦ ଷ୍ଟଲରେ ରାଜ୍ୟ ସାରା ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି ହେବ।
୨୮ ଫେବୃଆରୀ ଠାରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ସୁଭଦ୍ରା ଶକ୍ତି ମେଳା – ୨୦୨୫ ଆୟୋଜିତ ହେଉଅଛି।ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଏହି ଐତିହାସିକ ସୁଭଦ୍ରା ମେଳା।
ଓଡ଼ିଶାର ମହିଳାମାନେ ବିକାଶର ପ୍ରତୀକ ହେବେ।ସାରା ବିଶ୍ଵ ପାଇଁ ଓଡିଶାର ମହିଳା ସଶକ୍ତିକରଣ ଉଦାହରଣ ହୋଇ ଝଲସିବ।
ଏହି ମେଳାରେ ମୁଖ୍ୟ ଆକର୍ଷଣ ଭାବେ ଅଂଶଗ୍ରହଣ କରିବେ ଜିଲ୍ଲା ଏବଂ ଜ଼ିଲ୍ଲା ବାହାରରୁ ଆସିଥିବା ୫୦୦ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ।ଆକର୍ଷଣ ର କେନ୍ଦ୍ରବିନ୍ଦୁ ହେବ ମହିଳା ଉଦ୍ୟୋଗୀ ମାନଙ୍କ ଦ୍ୱାରା ପରିଚାଳିତ ୧୫୦ ରୁ ଅଧିକ ଷ୍ଟଲ୍।
ଏହି ୭ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଅର୍ଗାନିକ୍ ଉତ୍ପାଦ ମାନ ପ୍ରଦର୍ଶିତ ହେବ,ଏତଦବ୍ୟତୀତ ମିଶନ ଶକ୍ତି ଏସ୍.ଏଚ୍.ଜି ମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ ରୁ ଅଧିକ ସାମଗ୍ରୀର ଅପୂର୍ଵ ସମ୍ଭାର ଦେଖିବାକୁ ମିଳିବ।ହାତପାହାନ୍ତାରେ ମିଳିବ ହସ୍ତଶିଳ୍ପ ଓ କଳାକୃତି, ମିଲେଟ୍ ଓ ଅର୍ଗାନିକ୍ ଉତ୍ପାଦ ବହୁବିଧ ପଦାର୍ଥ।
ହସ୍ତତନ୍ତ ଓ ବୟନ ଶିଳ୍ପ,ଖାଦ୍ୟ ଓ ମସଲା ସାମଗ୍ରୀ,ଟେରାକୋଟା, ବାଉଁଶ ଶିଳ୍ପ,ଘରକରଣା ଓ ପ୍ରାକୃତିକ ଉତ୍ପାଦ ସହିତ ଆସବାବପତ୍ର, ସ୍ୱାସ୍ଥ୍ୟ ଓ ୱେଲନେସ ର ବିଭିନ୍ନ ଉପାଦେୟ ପଦାର୍ଥ।ଓଡିଆ ଅସ୍ମିତାର ସ୍ଵାଭିମାନ ଓଡିଶୀ ନୃତ୍ୟ,ପାରମ୍ପରିକ ନୃତ୍ୟକଳା କଥକ ସହିତ ମେଲୋଡି ନାଇଟର ଆୟୋଜନ ହୋଇଛି।
ଅତିଥିମାନଙ୍କ ମନୋରଞ୍ଜନ ସହିତ ବଡ ସ୍ତରରେ ନିଜର ଉତ୍ପାଦ ପ୍ରଦର୍ଶନ କରି, ଏସ୍‌ଏଚ୍‌ଜିଗୁଡ଼ିକ ଲୋକଲୋଚନକୁ ଆସିବା ସହ ଦୀର୍ଘମିଆଦୀ ବଜାର ସଂଯୋଗ ସୃଷ୍ଟି କରିବାରେ ଏହି ମେଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଏହି ମେଳା ମହିଳା ମାନଙ୍କର ଆୟ ବୃଦ୍ଧି କରିବା ସହ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ସ୍ୱାଧୀନତା ଓ ମହିଳା ସଶକ୍ତିକରଣ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷପତି ଦିଦି ସୃଷ୍ଟି କରିବାର ସ୍ବପ୍ନ ସାକାର କରିବ।ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳପିଣ୍ଡ ହେବ ମହିଳା ସଶକ୍ତିକରଣ।
ଏହି ମେଳାରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ତରଣୀ ସୁନା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର,ଓରମାସ ସିଇଓ କମଳେନ୍ଦୁ ପଲ , ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ , ମାନ୍ୟବର ସଂସଦ ଙ୍କ ପ୍ରତିନିଧି ଦୀନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଭାତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31