Indus Valley Times

ଇଡି କାର୍ଯ୍ୟକଳାପକୁ କଂଗ୍ରେସର ବିରୋଧ, ବ୍ୟାରିକେଡ ଭାଙ୍ଗି ଅଫିସରେ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ

 Breaking News

ଇଡି କାର୍ଯ୍ୟକଳାପକୁ କଂଗ୍ରେସର ବିରୋଧ, ବ୍ୟାରିକେଡ ଭାଙ୍ଗି ଅଫିସରେ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ

August 22
18:30 2024

ଭୁବନେଶ୍ୱର, ୨୨/୮: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଇଡ଼ି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣ୍ଡା।
ଓଡ଼ିଶାରେ କଂଗ୍ରେସ ଇଡ଼ି ଅଫିସ୍ ଘେରାଉ କରିଛି। ରାଜ୍ୟରେ ଆନ୍ଦୋଳନର ନେତୃତ୍ୱ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ନେଇଥିଲେ। ଘେରାଉ ସମୟରେ ମୁତୟନ ଥିବା ପୁଲିସ୍ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ଦଳୀୟ କର୍ମୀ ରାଜଧାନୀରେ ପହଞ୍ଚିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କେନ୍ଦ୍ରର ବିଜେପି ସରକାର ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାର୍ଯ୍ୟାକ୍ରମକୁ ସଫଳ କରିବା ପାଇଁ ଗତ ରବିବାର କଂଗ୍ରେସ ଭବନରେ ମୋକିମଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ବସିଥିଲା।
ସୂଚନାଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଅଗଷ୍ଟ ୧୦ରେ ସେବି ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ ଧାୱାଲ ବଚଙ୍କ ନିକଟରେ ଆଦାନୀ ଟଙ୍କା ସିଫୋନ ଦୁର୍ନୀତିରେ ବ୍ୟବହୃତ ଅସ୍ପଷ୍ଟ ଅଫଶୋର ପାଣ୍ଠିରେ ଷ୍ଟକ୍ ଥିବା ଅଭିଯୋଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930