Indus Valley Times

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

 Breaking News

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

December 03
15:08 2025

ଭୁବନେଶ୍ୱର,୩/୧୨: ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ମୋଟା ଅର୍ଥ ନେଇଛନ୍ତି। ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି ମାଧୁରୀ। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉତ୍ତର ରଖିଛନ୍ତି।
ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର‌୍ୟ୍ୟକ୍ଷମ ଅଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର‌୍ୟ୍ୟକ୍ଷମ ରହିଛି। ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି।
ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ରକ୍ଷମ ନାହିଁ। ଯେଉଁଥିରେ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ, ରଖାଯାଇଛି। ୨୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାର କାର‌୍ୟ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930