Indus Valley Times

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

 Breaking News

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

August 16
17:10 2024

ଭୁବନେଶ୍ବର, ୧୬/୮ : ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଶୁକ୍ରବାର ଦିନ କଂଗ୍ରେସର ହାତ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପଠାଇଛନ୍ତି। ଶ୍ରୀ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା। ପରେ ପୁଣି ତାଙ୍କ ଠାରୁ ପଦବି କାଢ଼ି ନେଇଥିଲା।
ସୂଚନାଯୋଗ୍ୟ, ବିଜୟ ପଟ୍ଟନାୟକ ଗତବର୍ଷ ଫେବ୍ରୁଆରି ୧୦ ତାରିଖରେ ନୂଆଦିଲ୍ଲୀସ୍ଥିତ ଏଆଇସିସି କାର‌୍ୟ୍ୟାଳୟରେ ଦଳ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ତାଙ୍କର ନୂଆ ଇନିଂସ ଆରମ୍ଭ କରିଥିଲେ।
ଏହି ସମୟରେ କଂଗ୍ରେସର ସାଂଗଠନିକ ସଂପାଦକ କେ.ସି ଭେନୁଗୋପାଳ, ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ତତ୍‌କାଳୀନ ପିସିସି ସଭାପତି ପଟ୍ଟନାୟକ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଉପସ୍ଥିତ ଥିଲେ। ଚାକିରି ସମୟରେ‌ ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତ ଥିବା ଶ୍ରୀ ପଟ୍ଟନାୟକ ନିଜର ରାଜନୈତିକ ଇନିଂସ ପାଇଁ କଂଗ୍ରେସକୁ କାହିଁକି ବାଛିଲେ, ତାହା ସେହି ସମୟରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।
ଉଲ୍ଲେଖଯୋଗ୍ୟ ଯେ ୧୯୭୭ ବ୍ୟାଚ୍ ଆଇଏଏସ୍ ବିଜୟ ପଟ୍ଟନାୟକ ୨୦୦୪ରୁ ୨୦୧୦ ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ଏହାପରେ ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୩ ପର‌୍ୟ୍ୟନ୍ତ ଏହି ପଦରେ ରହିଥିଲେ। ୨୦୧୩-୧୪ରେ ସେ ରାଜ୍ୟ ସରକାରଙ୍କ ‌ଷ୍ଟାଫ୍ ସିଲେକସନ କମିସନ ଅଧ୍ୟକ୍ଷ ଓ ୨୦୧୪-୧୫ରେ ଓଡିଶା ମାନବଧିକାର କମିସନର ସଦସ୍ୟ ରହିଥିଲେ। ୨୦୧୫ ଏପ୍ରିଲରେ ସେ ବେଦନ୍ତା ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨୦୧୭ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷରୁ ତାଙ୍କର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31