Legatus

କଂଗ୍ରେସରୁ ବୌଦ୍ଧ ପାଇଁ ନବ କୁମାର ମିଶ୍ର ଓ କଣ୍ଟାମାଳ ପାଇଁ ସରୋଜ ପ୍ରଧାନ ନାମାଙ୍କନ ପତ୍ର ଦାଖଲକଲେ

 Breaking News

କଂଗ୍ରେସରୁ ବୌଦ୍ଧ ପାଇଁ ନବ କୁମାର ମିଶ୍ର ଓ କଣ୍ଟାମାଳ ପାଇଁ ସରୋଜ ପ୍ରଧାନ ନାମାଙ୍କନ ପତ୍ର ଦାଖଲକଲେ

May 04
10:00 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୫: ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତ ସୋମବାର ଦିନ ବିଜେଡି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୁଧବାର ଦିନ ବିଜେପି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । କଂଗ୍ରେସ ପକ୍ଷରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଜିଲ୍ଲା ସଭାପତି ନବ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଂଟାମାଳ ନିର୍ବାଚନୀ ମଣ୍ଡଳି ପାଇଁ ସରୋଜ ପ୍ରଧାନ ନାମାଙ୍କନ ପତ୍ର ଦାଖଲକରିଥିଲେ ।
ବୌଦ୍ଧ ସହରର ରାମେଶ୍ୱର ମନ୍ଦିର ଠାରୁ ହଜାର ହଜାର ଦଳୀୟ କର୍ମୀଙ୍କ ଗହରଣରେ ଏକ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଂଚି ଥିଲେ ।
ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇ ନବ କୁମାର ମିଶ୍ର ବୌଦ୍ଧ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇ ଯୁବ ନେତା ସରୋଜ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ସମୟରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅମରୀ ଚାନ୍ଦ ନାୟକ , ପ୍ରଶାନ୍ତ ସାହୁ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ର, ଗଣେଶ ଅଗ୍ରୱାଲାଙ୍କ ବେଣୁ ମେହେର, ବୁଦ୍ଧଦେବ ପ୍ରଧାନ, ପଙ୍କଜ କର୍ଣ୍ଣଙ୍କ ସମେତ ହଜାର ହଜାର ସମର୍ଥକ ସାମିଲ ଥିଲେ ।
ଓଡିଶା ସିଟିଜେନ ପାର୍ଟି ପାଇଁ ନାମାଙ୍କନ ଦାଖଲ କଲେ ଷଷ୍ଠ କୁମାର ପୁରୋହିତ
ବୌଦ୍ଧ,୪/୫: ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଓଡିଶା ସିଟିଜେନ ପାର୍ଟି ପକ୍ଷରୁ ବୌଦ୍ଧ ସହରର ବାବୁସାହିର ଅବସର ପ୍ରାପ୍ତ ଶିକ୍ଷକ ଷଷ୍ଠ କୁମାର ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ସର୍ମଥକଙ୍କ ସହ ଯାଇ ବୌଦ୍ଧ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କପତ୍ର ଦାଖଲ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2025
M T W T F S S
 1
2345678
9101112131415
16171819202122
23242526272829
30