Indus Valley Times

କଟକ ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋଇ ଜଳିଲା ନିଆଁ

 Breaking News

କଟକ ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋଇ ଜଳିଲା ନିଆଁ

କଟକ ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋଇ ଜଳିଲା ନିଆଁ
October 13
11:30 2026

ତପସ୍ୱିନୀ ସାହୁ
କଟକ/ ଓଡ଼ିଶା,୧୩/୧୦: କଟକ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରାସ୍ତା କଡ଼ରେ ଥିବା ଦୋକାନ ଓ ଗୋଟିଏ ଟ୍ରାକ୍ଟର ଡାଲା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି ।
ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ହଠାତ୍ ରାସ୍ତା କଡ ମାଟି ତଳୁ ନିଆଁ ଉଠିଥିଲା । ଚାରୋଟି ସ୍ଥାନରେ ଏଭଳି ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଓ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ବା ଗେଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭୁତଳ ବିଦ୍ୟୁତ କେବୁଲ ବିଛାଇବା ପାଇଁ କାମ ଚାଲୁଥିବା ବେଳେ ମାଟି ତଳେ ଯାଇଥିବା ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଥିବା କୁହାଯାଉଛି ।
ସେପଟେ ଭୁତଳ ଗ୍ୟାସ୍ ପାଇପ୍ ଲାଇନର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି । ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରନ୍ଧନ ଗ୍ୟାସ୍ ଯୋଗାଯୋଗ ପ୍ରଭାବିତ ହୋଇଛି । ଗ୍ୟାସ୍ ପାଇପ୍ ଲାଇନ୍ ସଜାଡିବା ପାଇଁ ଗେଲ୍ କର୍ତ୍ତୃପକ୍ଷ ଚେଷ୍ଟା କରୁଥିବା ବେଳେ ପାଣି ପାଇପ୍ ଲାଇନ୍ ମଧ୍ୟ ଫାଟିଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031