Indus Valley Times

କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାରୁ ଅନେକ କୁନି କୁନି ଛାତ୍ର ଛାତ୍ରୀ ୨ ବର୍ଷ ହେଲା ହେଉଛନ୍ତି ଅସୁବିଧାର ସମ୍ମୁଖିନ

 Breaking News

କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାରୁ ଅନେକ କୁନି କୁନି ଛାତ୍ର ଛାତ୍ରୀ ୨ ବର୍ଷ ହେଲା ହେଉଛନ୍ତି ଅସୁବିଧାର ସମ୍ମୁଖିନ

July 13
20:37 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର ,୧୩/୭: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଳି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁ ର ଛୋଟ ଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲ କୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ କଣ୍ଟାପାଳି ରେ ୧୯୭୧ ମସିହାରେ ଏକ ୟୁପି ସ୍କୁଲ ସ୍ଥାପିତ ହୋଇଥିଲା ।
୧ମ ରୁ ୩ୟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସ୍କୁଲ ରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏହାର କିଛି ବର୍ଷ ପରେ ଏଠାରେ ୫ମ ପର୍ଯ୍ୟନ୍ତ ପଢା ଲାଗି ଆଉ ଜଣେ ଶିକ୍ଷକ ନିଯୁକ୍ତି ହେଲେ । ସବୁ ଠିକଠାକ ଚାଲିଥିଲା।ହେଲେ ୨୦୨୨ମସିହାରେ ସରକାର ଙ୍କ ନୁଆଁ ସ୍କୁଲ ସଂସ୍କାର ଗାଇଡଲାଇନ ଅନୁଯାୟୀ ୩୦ ଜଣରୁ କମ ଛାତ୍ର ଛାତ୍ରୀ ଥିବା ସ୍କୁଲ ବନ୍ଦ ହୋଇଗଲା ।
ସେହି ସମୟରେ ଏହି ସ୍କୁଲରେ ୨୮ ଜଣ ଛାତ୍ର ଛାତ୍ରୀ ଥିବାରୁ ଏହାକୁ ଉଠାଇ ଦେଇ କୁଟାସିଂହା ହାଇସ୍କୁଲ ରେ ସାମିଲ କରାଗଲା ଏଠାରେ କାର‌୍ୟ୍ୟରତ ୨ ଜଣ ଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହେଲେ। କିନ୍ତୁ ଛୁଆ ହାଇସ୍କୁଲ କୁ ପଢିବାକୁ ଗଲେନାହିଁ
ଗାଁ ଠାରୁ ଟିକେ ଦୂର ତଥା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବାରୁ ଦୈନିକ ଏହି ରାସ୍ତା ଦେଇ ଶହ ଶହ ଯାନ ବାହନ ଯାତାୟାତ କରୁଥିବା ଯୋଗୁଁ ଛୋଟ ଛୋଟ ଛୁଆଙ୍କୁ ଏହି ସ୍କୁଲ କୁ ଛାଡିବାକୁ ଅଭିଭାବକ ସୁରକ୍ଷିତ ମନେକଲେ ନାହିଁ ।
ପୂଣି ହାଇସ୍କୁଲ ଓ ପ୍ଲସ ଟୁ କଲେଜ ର ବଡ଼ ବଡ଼ ଛାତ୍ର ଛାତ୍ରୀ ଙ୍କ ସାଙ୍ଗରେ ମିଶିବାକୁ ଛୁଆ ଭୟ କଲେ। ସେଇଥି ପାଇଁ ନିଜ ଛୁଆ ଙ୍କୁ କୁଟାସିଂହା ୟୁପି ସ୍କୁଲରେ ପଢ଼େଇବାକୁ ବାଧ୍ୟ ହେଲେ ।
ନିଜ କାମ ଧନ୍ଦା ଛାଡି ଛୁଆ ଙ୍କୁ ନେବା ଆଣିବା କରୁଥିବାରୁ ଅବିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପଟେ ଛୁଆ ପଢିବାକୁ ଆସୁନଥିବାରୁ ୨ ଜଣ ଶିକ୍ଷକ ଓ ଦୁଇ ଜଣ ପାଚିକା ବସି ରହୁଛନ୍ତି ।
ଏ ସମ୍ପର୍କରେ ସିଆରସିସି ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧୀଶ ଙ୍କ ପର୍ଯ୍ୟନ୍ତ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଶିକ୍ଷା ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଜଣେଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ ।
ଆହୁରି ମଧ୍ୟ୍ୟ ଗ୍ରାମବାସୀ କହିଛନ୍ତି ସ୍କୁଲ ନ ଉଠିବାକୁ କେସ ମଧ୍ୟ କରାଯଇଛି ।ଯାହା ଏବେ ହାଇକୋର୍ଟ ରେ ବିଚାରଧୀନ ଅବସ୍ଥାରେ ପଡ଼ି ରହିଛି । ତେଣୁକରି ଏ ସମସ୍ୟାର ସମାଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ଶାସନ ଓ ପ୍ରଶାସନ କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31