Indus Valley Times

କନ୍ଧମାଳ : ପୋଲ ଉପରେ ତିନି ଫୁଟ ପାଣି, ବାଇକ୍ ଆରୋହୀ ଭାସିଗଲେ ଓ ମୃତ ଦେହ ଉଦ୍ଧାର

 Breaking News

କନ୍ଧମାଳ : ପୋଲ ଉପରେ ତିନି ଫୁଟ ପାଣି, ବାଇକ୍ ଆରୋହୀ ଭାସିଗଲେ ଓ ମୃତ ଦେହ ଉଦ୍ଧାର

August 25
21:18 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୫/୮: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି କ୍ଷ ଏନେଇ ବୁଧବାର ରାତ୍ରରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା। ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସିଯାଇଥିଲେ। ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତି ଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ।
କିନ୍ତୁ ପାଣିର ସୁଅ ଅଧିକ ଥିବାରୁ କାଲି ରାତି ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିପାରି ନ ଥିଲା। ଗୁରୁବାର ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।
ବହୁତ ଚେଷ୍ଟା ଆଉ ଉଦ୍ୟମ ପରେ ତୁଡିପାଜୁ ପଞ୍ଚାୟତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ କୂଳ କଥାପୋଲ ଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ଡାକପାଲା ଘଟାଲ ସାହିର ନିରଞ୍ଜନ ଘଟାଲ ଙ୍କ ପୁଅ ତାପସ ଘଟାଲ ! ଏହି ଅଭାବନୀୟ ଘଟଣା ରେ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031