Indus Valley Times

ଖଣ୍ଡପଡ଼ା ଗଡ଼ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ୭୦ ବର୍ଷରେ ଦେହାନ୍ତ

 Breaking News

ଖଣ୍ଡପଡ଼ା ଗଡ଼ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ୭୦ ବର୍ଷରେ ଦେହାନ୍ତ

ଖଣ୍ଡପଡ଼ା ଗଡ଼ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ୭୦ ବର୍ଷରେ ଦେହାନ୍ତ
August 07
11:09 2025

ଭୁବନେଶ୍ୱର, ୭/୮ : ୭୦ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜ। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା। ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଗତ କିଛିଦିନ ହେବ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।
ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ। ଏପରିକି ରାଜନୀତି ସହ ବି ସେ ଜଡ଼ିତ ରହିଥିଲେ। ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହିତ ୩ ଥର ଖଣ୍ଡପଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ ।ଏପରିକି ମନ୍ତ୍ରୀ ଏବଂ ଉପବାଚସ୍ପତି ଭାବେ ସେ ଦାୟିତ୍ଵ ନିର୍ବାହ ମଧ୍ୟ କରିଥିଲେ। ତାଙ୍କ କାର‌୍ୟ୍ୟକାଳ ମଧ୍ୟରେ ସେ ଜଣେ ଟାଣୁଆ ନେତା ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031