Indus Valley Times

ଖୋର୍ଦ୍ଧାରେ ଆନନ୍ଦ ଉଲ୍ଲାସରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ

 Breaking News

ଖୋର୍ଦ୍ଧାରେ ଆନନ୍ଦ ଉଲ୍ଲାସରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧାରେ ଆନନ୍ଦ ଉଲ୍ଲାସରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ
June 28
10:30 2025

ପ୍ରସନ୍ନ ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା,୨୭/୬: ଜଗତରନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଚଳିତ ବର୍ଷ ଖୋର୍ଦ୍ଧାରେ ଅନେକ ସ୍ଥାନରେ ପାଳିତ ହୋଇଯାଇଛି। ଓଡ଼ିଆ ମାନଙ୍କ ଅସ୍ମିତାର ପର୍ବ, ପୌରାଣିକ ଐତିହ୍ୟ ସଂସ୍କୃତିର ପର୍ବ, ବିଶ୍ଵବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର ପର୍ବ ପବିତ୍ର ଘୋଷଯାତ୍ରା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଜାଗୁଳେଇ ପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡଖୋର୍ଦ୍ଧା ଜଗନ୍ନାଥ ମନ୍ଦିର ପକ୍ଷରୁ ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅତି ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଅଛି।
ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି ।
ଜାଗୁଲେଇ ପାଟଣା ଠାରେ ନିର୍ଦ୍ଧାରିତ ସମୟରେ ନିତିକାନ୍ତି ଅନୁଷ୍ଠିତ ହେବା ସହ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ରଥଯାତ୍ରା ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା, ପୋଲିସ ସେବା, ଅଗ୍ନିଶମ ସେବା, ସୂଚନା ସେବା ଆଦି ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା।
ଜାଗୁଳେଇ ପାଟଣା ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ସମସ୍ତେ ଯୋଗଦେଇ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେଙ୍କ ନିତିକାନ୍ତି ସମ୍ପନ୍ନ କରିଥିଲେ। ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବଡ଼ଭାଇ ଅଗ୍ରଜ ଶ୍ରୀ ବଳଭଦ୍ର ତଥା ହଳାୟୁଧ ଓ ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇଥିଲେ ଏବଂ ରଥଟଣା ଆରମ୍ଭ ହୋଇଥିଲା।
ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ଶ୍ରୀ ବଜରଙ୍ଗ ବାଲି ଛେନା ପାଣି ଭୋଗ ଲାଗି ପରେ ହଜାର ହଜାର ଭକ୍ତଙ୍କ ଗ୍ରହଣରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲା। ସେହିପରି ଅପରାହ୍ନ ୪ ଘଟିକାରେ ଗଡଖୋର୍ଦ୍ଧା ଠାରେ ରଥରୁଢ଼ ଶ୍ରୀ ଜୀଉଙ୍କୁ ଭକ୍ତ ମାନେ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଧ୍ବନିରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ।ଗୋପାଳ କୃଷ୍ଣ ଦାଶ, ରମାକାନ୍ତ ପାଟ୍ଟଯୋଶୀ ପରିଚାଳନାରେ ଅଜିତ୍ କୁମାର ପଟ୍ଟନାୟକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା।
ଉଭୟ ରଥଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସଂପୃକ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସି ମହାପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ। ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31