Indus Valley Times

ଖୋର୍ଦ୍ଧାରୋଡ଼-ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ ସ୍ୱତନ୍ତ୍ର ଟିକେଟ ଯାଞ୍ଚ ଅଭିଯାନ

 Breaking News

ଖୋର୍ଦ୍ଧାରୋଡ଼-ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ ସ୍ୱତନ୍ତ୍ର ଟିକେଟ ଯାଞ୍ଚ ଅଭିଯାନ

April 22
12:41 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୨/୪: ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ୱାରା, ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ଉଦ୍ଧେଶ୍ୟରେ, ଖୋର୍ଦ୍ଧାରୋଡ଼-ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ, ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ କରଯାଇଥିଲା।
ଏହି ସେକ୍ସନ ଦେଇ ଯାଉଥିବା ଟ୍ରେନଗୁଡ଼ିକୁ, ବାଣିଜ୍ୟି ଅଧିକାରୀ, ଟିକେଟ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଗଠିତ ଏକ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ କରଯାଇଛି ।
ଯାଞ୍ଚ ହୋଇଥିବା ଟ୍ରେନ୍ ଗୁଡିକ ହେଉଛି, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, (ଟ୍ରେନ୍ ନମ୍ବର ୧୮୪୬୩), ହାଓଡ଼ା-SMVT ବାଙ୍ଗାଲୋର ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୮୬୩), ହାଓଡ଼ା-ଚେନ୍ନାଇ ମେଲ୍ (ଟ୍ରେନ୍ ନମ୍ବର ୧୨୮୩୯) ସିକନ୍ଦ୍ରାବାଦ-ହାଓଡ଼ା ଫାଲକନମା ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୭୦୪) ଏବଂ SMVTବାଙ୍ଗାଲୋର-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୨୮୬୪) ଇତ୍ୟାଦି।
ଅନଧିକୃତ ଯାତ୍ରୀଙ୍କ ଯାତ୍ରାକୁ ରୋକିବା ପାଇଁ ଏହି ଟ୍ରେନଗୁଡ଼ିକର ପ୍ୟାଣ୍ଟ୍ରି କାର ସମେତ ସମସ୍ତ ବର୍ଗର କୋଚ୍ ଯାଞ୍ଚ କରାଯାଇଥିଲା।
ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ, ୧୦୩ ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହୋଇଥିଲେ ଏବଂ ଏହି ଯାତ୍ରୀମାନଙ୍କଠାରୁ ଭଡା ସହିତ ଜରିମାନା ଆକାରରେ ୩୭୮୨୦/- ଟଙ୍କା ସଂଗ୍ରହ କରାଯାଇଥିଲା।
ଶ୍ରୀ ଅନୀଲ କୁମାର ଏସ୍, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କ ମାର୍ଗଦର୍ଶନରେ କେବଳ ପ୍ରକୃତ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଛନ୍ତି, ତାହା ନିଶ୍ଚିତ କରିବା ପାଇଁ, ମଣ୍ଡଳ ଦ୍ୱାରା ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ ନିୟମିତ ଭାବରେ କରାଯାଉଛି।
ତେଣୁ, ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ, ଉପଯୁକ୍ତ ଟିକେଟ ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବାପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି ଓ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930