Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦଘାଟିତ : ପଲ୍ଲୀଶ୍ରୀ ଭବ୍ୟ ଦିବ୍ୟ ମେଳାର ସୁଯୋଗ ନେବାକୁ ଆହ୍ୱାନ-ଉପ ମୁଖ୍ୟମନ୍ତ୍ରୀ

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦଘାଟିତ : ପଲ୍ଲୀଶ୍ରୀ ଭବ୍ୟ ଦିବ୍ୟ ମେଳାର ସୁଯୋଗ ନେବାକୁ ଆହ୍ୱାନ-ଉପ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦଘାଟିତ : ପଲ୍ଲୀଶ୍ରୀ ଭବ୍ୟ ଦିବ୍ୟ ମେଳାର ସୁଯୋଗ ନେବାକୁ ଆହ୍ୱାନ-ଉପ ମୁଖ୍ୟମନ୍ତ୍ରୀ
January 18
21:12 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୮/୧: ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବି ଡି ଏ ପଡ଼ିଆରେ , ଓରମାସ ,ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ କହିଲେ ଯେ ଗ୍ରାମୀଣ ଉତ୍ପାଦ ର ଚାହିଦାକୁ ବିଶ୍ୱ ସ୍ତରୀୟ କରିବାକୁ ପଡ଼ିବ ।
ମହିଳା ମାନେ ସୁଭଦ୍ରା ଯୋଜନାରେ ଆନୁଷଙ୍ଗିକ କୃଷି ଉଦ୍ୟୋଗରେ ସଫଳତା ପାଇଁ ଲକ୍ଷ ପତି ଦିଦି ହୋଇପାରିଛନ୍ତି । ରାଜ୍ୟ ସରକାର ୨୦୨୭ ସୁଦ୍ଧା ୫୦ ଲକ୍ଷ ମହିଳାଙ୍କୁ ଲକ୍ଷ ପତି ଦିଦି ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଓଡ଼ିଶାରେ ନାରୀ ଅଦାଲତ, ସୁଭଦ୍ରା ଶକ୍ତି କେନ୍ଦ୍ର ଦ୍ବାରା ଗ୍ରାମୀଣ ଭିତ୍ତି ଅର୍ଥନୀତି ଅଗ୍ରସର ହେବ, ମହିଳାଙ୍କୁ ଛାଡ଼ି ବିକଶିତ ଓଡ଼ିଶା ଗଠନ ହୋଇ ପାରିବନାହିଁ ।
ଆଜିର ଏହି ଜିଲ୍ଲା ସ୍ତରୀୟ ଏକତ୍ରିତ ହୋଇ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା, କୃଷି ଯନ୍ତ୍ର ପାତି ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଓ ପୁସ୍ତକ ମେଳା ,ମହିଳା ଯୁବକ ସମସ୍ତଙ୍କ ପାଇଁ ଭବ୍ୟ ଦିବ୍ୟ ମେଳା ବୋଲି ଉତ୍ଥାପନ କରି ସମସ୍ତେ ମେଳାର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟି ତୀର୍ଥ, ବଳିଦାନ, ବୀରତ୍ବର ମାଟି ।
ଏକବିଂଶ ଶତାବ୍ଦୀରେ ଆମେ ପଦାର୍ପଣ କରିସାରିଥିବା ବେଳେ ବର୍ତ୍ତମାନ ନୂଆ ରୂପ, ନୂଆ ଲକ୍ଷ୍ୟ ନେଇ ଡବଲ ଇଞ୍ଜିନ ସରକାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଓ ବିକଶିତ ଖୋର୍ଦ୍ଧା ଗଠନରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକଶିତ ଭାରତ ଗଠନରେ ଓଡ଼ିଶା ହୃତପିଣ୍ଡ ହେବାକୁ ଯାଉଥିବା ବେଳେ ଖୋର୍ଦ୍ଧା କୁ ଏହାର ମୁଖ୍ୟ ଅଙ୍ଗ ଭାବେ ପ୍ରତିପାଦିତ କରିବାକୁ ଆହ୍ଵାନ ଦେଇଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ବନଖଣ୍ଡ ଅଧିକାରୀ ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ ଯୋଗ ଦେଇ ମହିଳା, କୃଷକ, ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନଙ୍କୁ ଏହି ସମନ୍ୟୁତ ପଲ୍ଲୀଶ୍ରୀ ମେଳା ନୂତନ ଦିଗ ଦର୍ଶନ ଦେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ଉଦ୍ଘାଟନୀ ସମାରୋହରେ ମୌସୁମୀ ପାଟଯୋଷି, କୋଷଲ୍ୟା ବେହେରା, ସାଇଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଝୁନୁରାଣି ପରିଡ଼ା, କାଳନ୍ଦୀ ସ୍ୱାଇଁ , ରବୀନ୍ଦ୍ର ମହାରଣା, ବିକ୍ରମ ମାର୍ଥା, ସ୍ବଦେଶ ବଳୀୟାରସିଂହ, ଅମିତା ବଳିୟାରସିଂହ, ତ୍ରିଲୋଚନ ମହାପାତ୍ର, ସୁମିତା ଜେନା, ମା ସନ୍ତୋଷି ସ୍ୱୟଂ ସହାୟିକା ଗୋଷ୍ଠୀ, ସୁବ୍ରତ କୁମାର ପାଇକରାୟ, ବିରଞ୍ଚି ନାରାୟଣ ସାହୁ, ମୀନା ପଣ୍ଡା, ଗାୟତ୍ରୀ ପ୍ରଧାନ, ସୁବ୍ରତ କୁମାର ପଣ୍ଡା, ମା ବନଦୂର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷି ଓ ଆନୁସଙ୍ଗିକ କୃଷି ରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ, ମେଳା ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ମେଳାରେ ବହୁ ଜନ ସମାବେଶ ହୋଇଥିଲା । ସର୍ବ ଶେଷରେ ଅନୁରାଗ ଦାଶ, ସୁବ୍ରତ କୁମାର, ଯାଜ୍ଞସେନୀ ନାୟକ ଏବଂ ଆର ଡି ଏକ୍ସ ଡାନ୍ସ ଗ୍ରୁପ୍ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930